![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୭ : ଏବେ ଭାରତୀୟ ରେଳବାଇ ରେଳ ଟିକେଟ ଯାଞ୍ଜ କରିବା ପାଇଁ ନୂଆ କୌଶଳ ଆପଣାଇବାକୁ ଯାଉଛି। ରେଳ ଟିକେଟ୍ ଯାଞ୍ଜ କରୁଥିବା ଟିଟିଇମାନେ ଏବେ ରେଳ ଟିକେଟ୍ରେ ଥିବା ସ୍ୱତନ୍ତ୍ର QR କୋଡ୍କୁ ଯାଞ୍ଚ କରିବା ପାଇଁ ସ୍କାନିଂ କରିବେ। ଏହା ପଳରେ ସାମାଜିକ ଦୂରତ୍ତ୍ୱ ରକ୍ଷା କରାଯାଇପାରିବ।
![](https://i0.wp.com/kalingajyoti.com/wp-content/uploads/2020/07/maxresdefault-2.jpg?resize=459%2C258&ssl=1)
ଉତ୍ତର ରେଳର ମୁରାଦାବାଦ ବିଭାଗ ଅଧୀନରେ ଟିକେଟ୍ ଉପରେ ମୁଦ୍ରିତ QR କୋଡ୍ ସ୍କାନ କରି ଟିକେଟ୍ ଯାଞ୍ଚ କରିବା ଆରମ୍ଭ କରିଛନ୍ତି। ଏହି ପଦକ୍ଷେପ ସହିତ ରେଳ ଅଧିକାରୀମାନେ କରୋନାଭାଇରସ୍ ମହାମାରୀ ମଧ୍ୟରେ ମାନବ-ମାନବ ସମ୍ପର୍କକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛନ୍ତି।
![](https://kalingajyoti.com/wp-content/uploads/2020/07/fdf.jpg)
୨୨ ଜୁଲାଇରୁ ଆରମ୍ଭ ହୋଇଥିବା ନୂତନ ପଦକ୍ଷେପ ବିଷୟରେ ସୂଚନା ଦେଇ ମୁରାଦାବାଦ ଡିଭିଜନାଲ ରେଲୱେ ମ୍ୟାନେଜର ତରୁଣ ପ୍ରକାଶ ନ୍ୟୁଜ୍ ଏଜେନ୍ସି ANI କୁ କହିଛନ୍ତି ଯେ, “ଆମେ ଆମର ଟିକେଟ୍ ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ କରିଛୁ, ଯାହା ପ୍ରତ୍ୟେକ ଟିକେଟ୍ ପାଇଁ ଏକ ସ୍ୱତନ୍ତ୍ର QR କୋଡ୍ ପ୍ରଦାନ କରିବାରେ ସକ୍ଷମ ହେବ ଏବଂ ଟିଟିଇମାନେ ତାଙ୍କ ହାତରେ ଥିବା ଟର୍ମିନାଲ୍ କିମ୍ବା ଅନ୍ୟାନ୍ୟ ଉପକରଣ ମାଧ୍ୟମରେ QR କୋଡ୍ ସ୍କାନ୍ କରିପାରିବେ