ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ)ର ନିୟମରେ ପରିବର୍ତ୍ତନ : ବାଲାନ୍ସ ନ ଥାଇ ଉଠାଣ କଲେ ପଡ଼ିବ ଏଟିଏମ୍‌ ଚାର୍ଜ, ଏସଏମ୍‌ଏସ୍‌ ଆଲର୍ଟ ଏଣିକି ଦେୟମୁକ୍ତ

0 460
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୯/୦୮: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ) ଏହାର କେତେକ ଏଟିଏମ୍‌ରୁ ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ ଆଣିଛି। ପରିବର୍ତ୍ତିତ ନିୟମ ଅନୁଯାୟୀ, ଏସ୍‌ବିଆଇ ମେଟ୍ରୋ ସହରର ସଞ୍ଚୟ ଜମା ଖାତାଧାରୀଙ୍କୁ ଏଟିଏମ୍‌ରୁ ମାସକରେ ୮ ଥର ଓ ଗ୍ରାମାଞ୍ଚଳରେ ୧୦ଥର ମାଗଣା ଟଙ୍କା ଉଠାଣ ଅନୁମତି ରହିଛି। ଏଥିରୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୫ ଥର ଏସବିଆଇ ଏଟିଏମରୁ ଓ ଅବଶିଷ୍ଟ ଥର ଯେ କୌଣସି ବ୍ୟାଙ୍କର ଏଟିଏମ୍‌ରୁ ଉଠାଣ ସୁବିଧା ରହିଛି।

ଏହି ମାଗଣା ଉଠାଣ ସୀମା ଅତିକ୍ରମ କଲେ ଗ୍ରାହକଙ୍କ ଉପରେ ପ୍ରତିଟି ଉଠାଣ ବାବଦକୁ ଦେୟ (ଚାର୍ଜ) ଲାଗିବ। ଯଦି ଗ୍ରାହକଙ୍କ ଖାତାରେ ଅଧିକ ବାଲାନ୍ସ ନ ଥିବା କାରଣରୁ କାରବାର ବିଫଳ(ଟ୍ରାଞ୍ଜାକ୍‌ସନ୍‌ ଫେଲ୍‌) ହୋଇଯାଏ, ତେବେ ଖାତାଧାରୀଙ୍କଠାରୁ ଶୁଳ୍କ ବାବଦକୁ ୨୦ ଟଙ୍କା ସହିତ ଜିଏସଟି ମଧ୍ୟ ଆଦାୟ କରାଯିବ। ଏ ସମ୍ପର୍କରେ ଏସ୍‌ବିଆଇ ଏହାର ୱେବସାଇଟରେ ସୂଚନା ଦେଇଛି।

ଏହାସହ ନୂଆ ନିୟମ ଅନୁଯାୟୀ, ଭାରତୀୟ ​‌ଷ୍ଟେଟ୍‌ ବ୍ୟାଙ୍କ ଗ୍ରାହକଙ୍କୁ ଏସ୍‌ଏମ୍‌ଏସ୍‌ ଆଲର୍ଟ ପାଇଁ କୌଣସି ପ୍ରକାର ଚାର୍ଜ ଦେବାକୁ ପଡିବନାହିଁ। କାରଣ ଏସ୍‌ବିଆଇ ଏହାର ଖାତାଧାରୀଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ଅାସୁଥିବା ଏସ୍‌ଏମ୍‌ଏସ୍‌ ଆଲର୍ଟ ଚାର୍ଜ ଶେଷ କରିଦେଇଛି ।

Leave A Reply

Your email address will not be published.

12 − nine =

error: Content is protected !!
Open chat