ଭାରତ ଏବଂ ଅନ୍ୟ ଦେଶ ପ୍ରତି ଚୀନ୍ ଆଡୁ ଥିବା ବିପଦର ମୁକାବିଲା ପାଇଁ ନିଜର ସୈନ୍ୟ ମୁତୟନ ସ୍ଥିତି ସମୀକ୍ଷା କରୁଛି ଆମେରିକା: ମାଇକ୍ ପମ୍ପିଓ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୬ : ଚୀନ୍ର ସେନାବାହିନୀ ‘ପିପୁଲସ୍ ଲିବସେରସନ୍ ଆର୍ମି’ର ମୁକାବିଲା ନିମନ୍ତେ ଆମେରିକାର ସାମରିକ ବାହିନୀ ଯେ ଠିକଣା ସ୍ଥାନରେ ମୁତୟନ ହୋଇଛନ୍ତି ଏ ବିଷୟରେ ସୁନିଶ୍ଚିତ ହେବାକୁ ଆମେରିକା ନିଜର ବୈଶ୍ବିକ ସେନା ମୁତୟନ ସ୍ଥିତି ସମୀକ୍ଷା କରୁଥିବା କଥା ବୈଦେଶିକ ସଚିବ ମାଇକ୍ ପମ୍ପିଓ ଗୁରୁବାର ଦିନ କହିଛନ୍ତି। ଭାରତ, ମାଲେସିଆ, ଇଣ୍ଡୋନେସିଆ ଏବଂ ଫିଲିପ୍ପିନ୍ସ୍ ପ୍ରଭୃତି ଦକ୍ଷିଣ ଏସୀୟ ଦେଶଗୁଡ଼ିକ ପ୍ରତି ଚୀନ୍ ଆଡୁ ବିପଦ ବୃଦ୍ଧି ପାଉଥିବା କାରଣରୁ ଆମେରିକା ଏ ଭଳି ପଦକ୍ଷେପ ଗ୍ରହଣ କରୁଥିବା ଜଣାପଡ଼ିଛି।