ନିୟମିତ ଚଳାଚଳ କରୁଥିବା ଟ୍ରେନ୍ ଅଗଷ୍ଟ ୧୨ ଯାଏଁ ବାତିଲ

0 182
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୬: ଦେଶରେ କରୋନା ସଂକ୍ରମଣ ପାଇଁ ଟ୍ରେନ୍ ସେବା ଠପ୍ ହୋଇଯାଇଥିଲା । କିନ୍ତୁ ପରେ କିଛି ସ୍ୱତନ୍ତ୍ର ଟ୍ରେନ ଓ ଶ୍ରମିକ ଏକ୍ସପ୍ରେସ ଚଳାଚଳ କରିଥିଲା । ଏବେ ରେଳବାଇ ପୁଣି ଅଗଷ୍ଟ ୧୨ ଯାଏଁ ନିୟମିତ ଭାବେ ଚଳାଚଳ କରୁଥିବା ଟ୍ରେନ, ମେଲ୍, ଏକ୍ସପ୍ରେସ, ପାସେଞ୍ଜର୍ ସେବାକୁ ରବ୍ଦ କରିଛି ।ଜୁଲାଇ ୧ରୁ ଅଗଷ୍ଟ ୧୨ ଯାଏଁ ଯେଉଁମାନେ ଟିକେଟ୍ ବୁକ୍ କରିଛନ୍ତି ସେମାନଙ୍କ ଟିକେଟ୍ ରବ୍ଦ କରାଯାଇଛି । ଜୁନ ୩୦ ମଧ୍ୟରେ ବୁକ୍ କରାଯାଉଥିବା ସମସ୍ତ ଟିକେଟର ଟଙ୍କା ରିଫଣ୍ଡ ମିଳିବ । ସେହିପରି ଜୁଲାଇ ୧ରୁ ଅଗଷ୍ଟ ୧୨ ମଧ୍ୟରେ ସମସ୍ତ ଟିକେଟକୁ କ୍ୟାନସଲ୍ କରାଯାଇ ଫୁଲ୍ ରିଫଣ୍ଡ୍ କରାଯିବ । ତେବେ ସ୍ୱତନ୍ତ୍ର ରାଜଧାନୀ, ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ ପୂର୍ବଭଳି ଚଳାଚଳ କରିବ ।

Leave A Reply

Your email address will not be published.

5 − one =

error: Content is protected !!
Open chat