ଭାରତ ମହାସାଗରରେ ଜାପାନ ଓ ଭାରତୀୟ ନୌସେନାର ମିଳିତ ସମରାଭ୍ୟାସ : ଚୀନ ବିରୁଦ୍ଧରେ ଭାରତ ପଛରେ ଛିଡ଼ା ହେଲା ଜାପାନ

0 154
greentech

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୯/୦୬ : ଗତ ଶନିବାରଦିନ ଭାରତ ମହାସାଗରରେ ଜାପାନ ଓ ଭାରତର ନୌସେନା ମିଳିତଭାବେ ସମରାଭ୍ୟାସ କରିଛନ୍ତି । ଏଥିରେ ଭାରତୀୟ ନୌସେନାର ଆଇଏନଏସ ରାନା ଓ ଆଇଏନଏସ କୁଲିସ ଯୁଦ୍ଧ ଜାହାଜ ଓ ଜାପାନର ନୌସେନାର ଜେଏସ କାସିମା ଓ ଜେଏସ ସିମାୟୁକି ଯୋଗ ଦେଇଥିଲେ । ଚୀନ ଓ ଭାରତ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଥିବାବେଳେ ଭାରତ ପ୍ରତି ବିଶ୍ବସମୁଦାୟର ସମର୍ଥନ ପ୍ରକାଶ ପାଇଛି । ବିଶେଷ କରି ଆମେରିକା, ଜାପାନ, ଇସ୍ରାଏଲ ଭାରତ ପ୍ରତି ସମର୍ଥନ ଜଣାଇଛନ୍ତି । ଭାରତର ପୁରୁଣା ବନ୍ଧୁ ଋଷିଆ ମଧ୍ୟ ଭାରତ ପଛରେ ରହିଛି ।

ଭାରତ, ଜାପାନ, ଅଷ୍ଟ୍ରେଲିଆ ଓ ଆମେରିକାକୁ ଗଠିତ କ୍ବାଡ ଏବେ ଚୀନ ବିରୁଦ୍ଧରେ ସବୁଠାରୁ ଶକ୍ତିଶାଳୀ ସଂଗଠନ ଭାବେ ଛିଡ଼ା ହୋଇଛି । ଏହି ସଂଗଠନ ମାଧ୍ୟମରେ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନର ଦାଦାଗିରିକୁ କ୍ଷୁର୍ଣ୍ଣ କରିବାକୁ ଉଦମ କରାଯାଉଛି । ଆଗାମୀ ଦିନରେ କ୍ବାଡ ଓ ଚୀନ ମଧ୍ୟରେ ଶୀତଳ ଯୁଦ୍ଧ ଘନେଇବା ଆଶଙ୍କା ରହିଛି ।

ଭାରତ ଓ ଜାପାନର ନୌସେନା ପୂର୍ବରୁ ମଧ୍ୟ ଅନେକ ଥର ସମରାଭ୍ୟାସ କରିଥିଲେ ମଧ୍ୟ ଏଥରର ପରିସ୍ଥିତି ଭିନ୍ନ । ସୀମାରେ ଭାରତ ଓ ଚୀନ ସେନା ବିଭିନ୍ନ ଆଧୁନିକ ଯୁଦ୍ଧାସ୍ତ୍ର ସହ ମୁହାଁମୁହିଁ ଅଛନ୍ତି । ସେହିପରି ଜାପାନ ଉପକୂଳରେ ଥିବା ସେନକାକୁ ଦ୍ବୀପର ମାଲିକାନାକୁ ନେଇ ଚୀନ ଓ ଜାପାନ ମଧ୍ୟରେ ଉତ୍ତେଜନା ବଢିଛି । ଏହାକୁ ଦ୍‌ଷ୍ଟିରେ ରଖି ଜାପାନ ସୀମାରେ ନିଜର କ୍ଷେପଣାସ୍ତ୍ର ମୁତୟନ କରିଛି ।

Leave A Reply

Your email address will not be published.

seven + 11 =

error: Content is protected !!
Open chat