![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/06/ghnjdgjfyukuit-1.png?resize=528%2C296)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୩0/୦୬:ଭାରତ ସରକାରଙ୍କ ଦ୍ୱାରା ୫୯ଟି ଚାଇନିଜ ଆପକୁ ନିଷିଦ୍ଧ କରାଯିବା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଚୀନ ସରକାର ।
![](https://kalingajyoti.com/wp-content/uploads/2020/06/78o5o998.jpg)
ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି ଯେ ଚୀନ ସରକାର ଏହାକୁ ନେଇ ଚିନ୍ତିତ ଅଛନ୍ତି ଓ ସ୍ଥିତିର ତର୍ଜମା କରୁଛନ୍ତି । ଚୀନ କମ୍ପାନିମାନେ ସବୁବେଳେ ଅନ୍ତର୍ଜାତୀୟ ଆଇନ ଓ ସ୍ଥାନୀୟ ଆଇନକୁ ମାନି ସେହି ଅନୁସାରେ କାର୍ଯ୍ୟ କରନ୍ତି । ଏଣୁ ଚୀନ ସମେତ ସବୁ ଅନ୍ତର୍ଜାତୀୟ ନିବେଶକଙ୍କ ଅଧିକାରର ସୁରକ୍ଷା କରିବା ଭାରତ ସରକାରଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି ।
![](https://i0.wp.com/kalingajyoti.com/wp-content/uploads/2020/06/djytjui578-o5879o.jpg?resize=559%2C466)
ଗତ କାଲି ସରକାର ଟିକଟକ ସମେତ ମୋଟ ୫୯ଟି ଚାଇନିଜ ମୋବାଇଲ ଆପକୁ ଭାରତରେ ନିଷିଦ୍ଧ କରିଥିଲେ । ଚୀନ ମୋବାଇଲ ଆପଗୁଡ଼ିକ ବ୍ୟକ୍ତିଗତ ତଥ୍ୟ ଚୋରାଉଥିବା ନେଇ ଗତ ସପ୍ତାହରେ ଗୁଇନ୍ଦାସଂସ୍ଥାଗୁଡ଼ିକ ସତର୍କତା ଜାରି କରି କରିଥିଲେ । ଏହି ଆପଗୁଡ଼ିକ ନିରାପଦ ନୁହଁନ୍ତି ଓ ବ୍ୟବହାରକାରୀର ବ୍ୟକ୍ତିଗତ ତଥ୍ୟ ଚୋରାଇ ନେଉଥିବା ଅଭିଯୋଗ ହୋଇଛି । ଏହା ପରେ ସରକାର ନିଷେଧାଜ୍ଞା ଜାରି କରିଥିଲେ । ତେବେ ନିଜର ପକ୍ଷ ରଖିବାରୁ ଚୀନ କମ୍ପାନିଗୁଡ଼ିକୁ ୪୮ ଘଣ୍ଟା ସମୟ ଦିଆଯାଇଛି ।
ଏହି ସମୟ ମଧ୍ୟରେ ସେମାନେ ନିଜର ତଥ୍ୟ ସୁରକ୍ଷା ବ୍ୟବସ୍ଥା ଓ ସ୍ୱଚ୍ଚତା ସମ୍ପର୍କରେ ସରକାରଙ୍କୁ ଜଣାଇବେ । ଏହି ଚୀନ ଆପଗୁଡ଼ିକର ପକ୍ଷ ଶୁଣିବାକୁ ସରକାର ଏକ ବିଶେଷଜ୍ଞ ଦଳ ଗଠନ କରିଛନ୍ତି । ଏଥିରେ ଆୟକର ବିଭାଗ, ରାଜସ୍ୱ ଗୁଇନ୍ଦା ବିଭାଗ, ଗୃହ ମନ୍ତ୍ରାଳୟ, ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ, ଆଇନ ମନ୍ତ୍ରାଳୟ, ଭାରତର କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ (ସିଇଆରଟି)ର ବୈଷୟିକ ବିଶେଷଜ୍ଞମାନେ ରହିବେ ।