ଭାରତ ସରକାରଙ୍କ ବ୍ୟାଘ୍ର ପ୍ରକଳ୍ପକୁ ମିଳିଛି ସଫଳତା – ଗତ ଦୁଇ ବର୍ଷ ମଧ୍ୟରେ ବାଘ ସଂଖ୍ୟା ଦୁଇ ଗୁଣା ହୋଇଛି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0 286
greentech

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୭/୦୮: ଭାରତ ସରକାରଙ୍କ ବାଘ ପ୍ରକଳ୍ପକୁ ସଫଳତା ମିଳିଛି। ଗତ ଦୁଇ ବର୍ଷ ମଧ୍ୟରେ ବାଘ ସଂଖ୍ୟା ଦୁଇ ଗୁଣା ହୋଇଛି ବୋଲି ଟ୍ୱିଟ୍‌ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାଛଡ଼ା ଭାରତ ସରକାର କ୍ରମାଗତ ଭାବରେ ସନ୍ତସନ୍ତିଆ ଅଞ୍ଚଳ ଓ ବିଲୁପ୍ତ ପ୍ରାୟ ପ୍ରଜାତି ଗୁଡ଼ିକର ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ ଟ୍ୱିଟ୍‌ କରି ଲେଖିଛନ୍ତି-“ଅପାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଓଡ଼ିଶା ପୂର୍ବ ଭାରତର ଜୈବ-ବିବିଧତା ହଟସ୍ପଟ‌୍‍ ମଧ୍ୟରୁ ଅନ୍ୟତମ। ଶିମିଳିପାଳ ଅଭୟାରଣ୍ୟ, ଗନ୍ଧମାର୍ଦ୍ଦନ ପର୍ବତ, ଚିଲିକା, ଭିତରକନିକା ଓ ଦେଓମାଳ ପର୍ବତରେ ୨୭୦୦ରୁ ଅଧିକ ପ୍ରଜାତିର ପ୍ରାଣୀ ବାସ କରୁଛନ୍ତି। ଏହାଛଡ଼ା ନଦୀକୂଳ ଅଞ୍ଚଳର ଇକୋସିଷ୍ଟମ୍‌ ପରିବେଶ ସ୍ୱାସ୍ଥ୍ୟର ଗୁରୁତ୍ୱପୂର୍ଣ୍ଣ ଦିଗକୁ ସୂଚିତ କରେ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଡଲଫିନ୍‌ ପ୍ରକଳ୍ପ ସାମୁଦ୍ରିକ ପରିସଂସ୍ଥାନ ସଂରକ୍ଷଣର ଉଦ୍ୟମକୁ ପୁନରୁଦ୍ଧାର କରିବା ସହ ଓଡ଼ିଶାର ଇରାୱାଡି ଡଲ୍‌ଫିନ୍‌ ଓ ଅଲିଲ ରିଡ୍‌ଲେ କଇଁଛଙ୍କ ପାଇଁ ବରଦାନ ସଦୃଶ ହେବ।”

ସେ ଆହୁରି ଲେଖିଛନ୍ତି-“ଉତ୍ସର୍ଗୀକୃତ ବୃକ୍ଷରୋପଣ କାର୍ଯ୍ୟ ଯୋଗୁଁ ଓଡ଼ିଶାରେ ଦ୍ରୁତ ଗତିରେ ଜଙ୍ଗଲ ସଂଖ୍ୟା ବୃଦ୍ଧି ପାଇଛି। ଓଡ଼ିଶାରେ ସବୁ ଜବଳୟକୁ ବୃଦ୍ଧି କରିବା ପାଇଁ ଭାରତ ସରକାର ଅଭୁତପୂର୍ବ ସମର୍ଥନ ଦେଇଛନ୍ତି। ଗତ ଥର କାମ୍ପା ପାଣ୍ଠି ଅଧୀନରେ କେନ୍ଦ୍ର ସରକାର ବୃକ୍ଷରୋପଣ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶାକୁ ୫୯୩୩.୯୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସଂରକ୍ଷଣ, ସ୍ଥାୟୀ ଜୀବନଶୈଳି, ସବୁଜ ଅର୍ଥନୀତି ମଡେଲ ନିର୍ମାଣର ମୂଲ୍ୟ ଆଧାରରେ ଭାରତ ଜଳବାୟୁ କ୍ରିୟାରେ କୃତିତ୍ୱ ହାସଲ କରିଛି। ପରିବେଶକୁ କ୍ଷତି ନପହଞ୍ଚାଇ ସ୍ଥିର ବିକାଶ ଓ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ଦିଗରେ ମୋଦି ସରକାର ବିଶ୍ୱାସ କରନ୍ତି।”

ଶ୍ରୀ ପ୍ରଧାନ ଆହୁରି ଲେଖିଛନ୍ତି-“ଓଡ଼ିଶା ରାଜ୍ୟ ବିଭିନ୍ନ ପ୍ରକାରର ଜୈବ ବିବିଧତା ସହ ଦେଶରେ ପରିବେଶ ପର୍ଯ୍ୟଟନର ପେଣ୍ଠସ୍ଥଳି ହେବାର କ୍ଷମତା ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ସଂରକ୍ଷଣ ପାଇଁ ଉଦ୍ୟମ ଓ ଜୈବ-ବିବିଧତାକୁ ସଶକ୍ତ କରିବାର ପ୍ରଚେଷ୍ଟା ରାଜ୍ୟରେ ପର୍ଯ୍ୟଟନକୁ ବ୍ୟାପକ ଓ ବିକଶିତ କରିବାରେ ସହାୟକ ହେବ। ବନ୍ୟଜନ୍ତୁ ସଂରକ୍ଷଣ ଓ ସହାବସ୍ଥାନ ଭାରତର ସାଂସ୍କୃତିକ ବୈଶିଷ୍ଟ୍ୟର ଏକ ଅଙ୍ଗ ଭାବେ ରହିଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଜୈବ ବିବିଧତା ସଂରକ୍ଷଣ ପ୍ରତି ଅଧିକ ସମ୍ୱେଦନଶୀଳ ଏବଂ ଏହାର ପ୍ରୋତ୍ସାହନ ଓ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। ଉଦ୍ଭିଦ ଓ ଜୀବଜନ୍ତୁଙ୍କ ସମ୍ଭାରରେ ପରିପୂର୍ଣ୍ଣ ଭାରତ ବିଶ୍ୱର ଜୈବ-ବିବିଧତାର ପ୍ରାୟ ୭ ରୁ ୮ ପ୍ରତିଶତ ଅଟେ। ବନ୍ୟଜନ୍ତୁ ଓ ଜୈବ ବିବିଧତାର ସଂରକ୍ଷଣ, ପରିଚାଳନା ତଥା ସୁରକ୍ଷା ସମ୍ୱନ୍ଧରେ ଭାରତ ଅନେକ ପ୍ରମୁଖ ଆନ୍ତର୍ଜାତୀୟ ସମ୍ମିଳନୀରେ ଚୁକ୍ତିସ୍ୱାକ୍ଷର କରିଛି।”

Leave A Reply

Your email address will not be published.

18 − thirteen =

error: Content is protected !!
Open chat