![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭୁବନେଶ୍ୱରରେ ଆଜି ପୁଣି ୬ କରୋନା ପଜିଟିଭ ଚିହ୍ନଟ Iଜଣେ ଘରୋଇ ସଙ୍ଗରୋଧରେ ଥିବା ବେଳେ ୫ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହେଇଛନ୍ତି I @bmcbbsr ପକ୍ଷରୁ ସୂଚନା I
୫ ଲୋକାଲ କେସ୍ ମଧ୍ୟରୁ ୩ ଜଣ ସିରିପୁର ଲକ୍ଷ୍ମୀବଜାର ବସ୍ତି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ୧୫ ବର୍ଷୀୟା ନାବାଳିକା, ୬୦ ବର୍ଷୀୟା ବୃଦ୍ଧା ଓ ୧୫ ବର୍ଷର ଜଣେ ନାବାଳକ ଅଛନ୍ତି। ବୋମିଖାଲ କେନାଲ ରୋଡ଼ ଅଞ୍ଚଳର ଜଣେ ୧୩ ବର୍ଷୀୟ ନାବାଳକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଚନ୍ଦ୍ରଶେଖରପୁର ବିଡିଏ କଲୋନୀର ଜଣେ ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ରାଜଧାନୀରୁ ଆଜି ୧୧ କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି।
![](https://i0.wp.com/kalingajyoti.com/wp-content/uploads/2020/06/7749cb92-e201-40f3-91aa-aec24cb6a9cc-1024x972.jpg?resize=1024%2C972)
ସିଏମ୍ସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଣିହାଟ ଅଞ୍ଚଳର ଜଣେ ୫୨ ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ କଟକ ବଡ଼ ମେଡିକାଲରେ ସ୍ୱାସ୍ଥ୍ୟ କର୍ମୀ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କ ବ୍ୟତୀତ ସିଡିଏ ସେକ୍ଟର ୯ର ଜଣେ ୩୭ ବର୍ଷୀୟା ମହିଳା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ସିଡିଏ ୯ରେ ପୂର୍ବରୁ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟ ବୋଲି ଜଣାଯାଇଛି।
ରାଜ୍ୟରେ ଚିହ୍ନଟ ନୂଆ ୨୦୬ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଭୁବନେଶ୍ୱର ସହରରୁ କେବଳ ୬ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହୋମ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ଅନ୍ୟ ୫ ଜଣ ଲୋକାଲ କେସ୍। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ସେହିପରି କଟକ ସହରରୁ ଆଜି ୨ ଲୋକାଲ କେସ୍ ଚିହ୍ନଟ ହୋଇଥିବା ସିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି।
ବିଏମସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ହୋମ କ୍ୱାରେଣ୍ଟାଇନ୍ରେ ଥିବା ବ୍ୟକ୍ତିଜଣକ ରେଲୱେ କର୍ମଚାରୀ। ସେ ଦିଲ୍ଲୀରୁ ଫେରି ହୋମ କ୍ୱାରେଣ୍ଟାଇନ୍ରେ ଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି।
![](https://kalingajyoti.com/wp-content/uploads/2020/06/Ebv8XR3VAAEhcoW.png)