ମତଦାନ କେନ୍ଦ୍ରରେ ୧,୦୦୦ରୁ ଅଧିକ ଲୋକ ଭୋଟ ଦେଇପାରିବେ ନାହିଁ : ନିର୍ବାଚନ ଆୟୋଗ

0 270
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୫/୦୭: କରୋନା ପ୍ରକୋପ ଯୋଗୁଁ ଭୋଟଦାନ କେନ୍ଦ୍ରରେ ମତଦାତାମାନଙ୍କର ସଂଖ୍ୟାକୁ ସୀମିତ ରଖିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ ଦ୍ୱାରା ଗମ୍ଭିରତାର ସହ ବିଚାର କରାଯାଉଥିବା ଜଣା ପଡିଛି | ସୂତ୍ର ଅନୁସାରେ, ଭୋଟଦାନ କେନ୍ଦ୍ରମାନଙ୍କରେ ଭିଡକୁ କମ କରିବା ତଥା ସାମାଜିକ ଦୂରତା ନିୟମକୁ ପାଳନ ସକାଶେ ପ୍ରତ୍ୟକ ଭୋଟଦାନ କେନ୍ଦ୍ରରେ ଅତିକମରେ ୧୦୦୦ଜଣ ଭୋଟରଙ୍କୁ ଡକାଯିବ ବୋଲି ବିଚାର କରାଯଉଛି | ଏହା ଠାରୁ ଅଧିକ ମତଦାତାଙ୍କୁ ମତଦାନ କେନ୍ଦ୍ରକୁ ଯିବାର ଅନୁମତି ଦିଆଯିବ ନାହିଁ ବୋଲି ଆୟୋଗ ନିଷ୍ପତି ନେଇଛି |

ମତଦାତା ମାନଙ୍କର ସଂଖ୍ୟା ୧,୦୦୦ରୁ ଅଧିକ ହେଲେ ସହାୟକ ଭୋଟଦାନ ବୁଥ ତିଆରି କରାଯିବ | ଅକ୍ଟୋବେର-ନଭେମ୍ବର ମାସରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ତଥା ଓଡିଶା ସମେତ ଦେଶର ୭ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ଉପ ନିର୍ବାଚନରେ ଏହାର ପ୍ରୟୋଗ କରାଯିବ

| ଏଇଥିପାଇଁ ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳମାନଙ୍କ ପାଖରୁ ମତାମତ ଲୋଡିଛି | ମତାମତ ମିଳିବ ପରେ ବୁଥରେ ଭୋଟଦାତାଙ୍କ ସଂଖ୍ୟା ସମ୍ପର୍କରେ ଆୟୋଗ ଚୂଡାନ୍ତ ନିଷ୍ପତି ନେବ | ଉଲ୍ଲେଖଯୋଗ୍ୟ, କୋଭିଡ-୧୯ ପ୍ରକୋପ ପାଇଁ ନିର୍ବାଚନ ଆୟୋଗ ୬୫ବର୍ଷ ବୟସ ଓ ତାହା ଠାରୁ ଉର୍ଦ୍ଧ ବୟସର ଲୋକଙ୍କୁ ପୋଷ୍ଟାଲ ବ୍ୟାଲେଟରେ ଭୋଟଦାନ ପାଇଁ ନିଷ୍ପତି ନେଇଛି |

Leave A Reply

Your email address will not be published.

8 − 3 =

error: Content is protected !!
Open chat