ମଧ୍ୟପ୍ରଦେଶରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍କୁଲ ବନ୍ଦ: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ବନ୍ଦ

0 248
greentech

ଭୋପାଳ,୦୭/୧୨: କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ଆସନ୍ତା ୨୦୨୧ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଘୋଷଣା କରିଛନ୍ତି । ଶୁକ୍ରବାର ସ୍କୁଲ ଶିକ୍ଷା ବିଭାଗର ସମୀକ୍ଷା ବୈଠକ ଅବସରରେ ସେ ଏହି ସୂଚନା ଦେଇଛନ୍ତି ।

ଚୌହାନ କହିଛନ୍ତି ଯେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର ଚଳିତ ଶିକ୍ଷାବର୍ଷରେ ଆଉ ନିୟମିତ ପାଠପଢ଼ା ହୋଇପାରିବ ନାହିଁ । ତା’ଛଡା ସେମାନେ ମଧ୍ୟ ବାର୍ଷିକ ପରୀକ୍ଷା ଦେବେ ନାହିଁ । ତେବେ ସେମାନଙ୍କ ପ୍ରୋଜେକ୍ଟ ୱାର୍କ ମୂଲ୍ୟାୟନ ଆଧରରେ ସେମାନଙ୍କୁ ନମ୍ବର ଦିଆଯିବ । ସେହିଭଳି ୯ମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ନିୟମିତ ସ୍କୁଲ ଆସିବେ ନାହିଁ । ସେମାନେ ସପ୍ତାହକୁ ଥରେ କିମ୍ବା ଦୁଇଥର ସ୍କୁଲକୁ ଆସିବେ । ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଠାରୁ ପାଠ ସମ୍ପର୍କରେ ପଚାରି ବୁଝିପାରିବେ । କିନ୍ତୁ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ବୋର୍ଡ ପରୀକ୍ଷା ହେବାକୁ ଥିବାରୁ ଏହି ଦୁଇଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲକୁ ଆସିବେ । ଖୁବଶୀଘ୍ର ସେମାନଙ୍କର ନିୟମିତ ପାଠପଢ଼ା ଆରମ୍ଭ ହେବ । ଏଥିପାଇଁ ସରକାର ମାର୍ଗଦର୍ଶିକା ଜାରି କରିବେ । ସ୍କୁଲରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ପାଇଁ ମାସ୍କ ପିନ୍ଧା ଓ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ କରାଯିବ ।

୨୦୨୧ ଏପ୍ରିଲ ୧ ତାରିଖରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ । ତେବେ ସ୍କୁଲ ଫି ସମ୍ପର୍କରେ ସୂଚନା ଦେଇ ସେ କହିଲେ ଯେତେଦିନ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ସେହିଦିନ ପର୍ଯ୍ୟନ୍ତ ଘରୋଇ ସ୍କୁଲମାନେ କେବଳ ଟ୍ୟୁସନ ଫି ନେବେ । ଏହା ବ୍ୟତୀତ ଅନ୍ୟ କୌଣସି ଫି ଆଦାୟ କରିପାରିବେ ନାହିଁ । ଏହି ନିଷ୍ପତ୍ତି କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ସେ ସ୍କୁଲ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ମଧ୍ୟପ୍ରଦେଶରେ ବର୍ତ୍ତମାନ ୧ ଲକ୍ଷ ୫୦ ହଜାରରୁ ଅଧିକ ସରକାରୀ ଓ ବେସରକାରୀ ସ୍କୁଲ ରହିଛି ।

Leave A Reply

Your email address will not be published.

twelve − 3 =

error: Content is protected !!
Open chat