ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲାଜି ଟଣ୍ଡୋନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର : ଉତ୍ତର ପ୍ରଦେଶ ରାଜ୍ୟପାଳଙ୍କୁ ଅତିରିକ୍ତ ଦାୟିତ୍ୱ ।
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୯/୦୬ : ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲାଜି ଟଣ୍ଡୋନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ପଟେଲଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲଙ୍କୁ ମଧ୍ୟପ୍ରଦେଶର ରାଜ୍ୟପାଳ ଭାବରେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ରବିବାର ବିଳମ୍ୱିତ ରାତିରେ ରାଷ୍ଟ୍ରପତି ଏହି ଦାୟିତ୍ୱ ଦେଇଛନ୍ତି।
ଏବେ କିନ୍ତୁ ଟଣ୍ଡନ କାର୍ଯ୍ୟରେ ଯୋଗ ଦେଇପାରିବେ ନାହିଁ। ତେଣୁ ରାଷ୍ଟ୍ରପତି ଉତ୍ତର ପ୍ରଦେଶ ରାଜ୍ୟପାଳଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ଏବେ କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ବୋଲି ମଧ୍ୟପ୍ରଦେଶ ରାଜଭବନ ପକ୍ଷରୁ କୁହାଯାଇଛି। ପୂର୍ବ ଅପେକ୍ଷା ଟଣ୍ଡନଙ୍କ ହାର୍ଟ, କିଡନୀ ଏବଂ ଲିଭରରେ ସୁଧାର ଆସିଛି ବୋଲି କୁହାଯାଇଛି। ମଧ୍ୟପ୍ରଦେଶ ରାଜ୍ୟପାଳ ଏବେ ଲକ୍ଷ୍ନୌର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି।