ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର : ଏଣିକି ପାଇବେ ‘ଆୟୁଷ୍ମାନ ଭାରତ’ ସ୍ୱାସ୍ଥ୍ୟ ଯୋଜନାର ସୁବିଧା

0 374
greentech

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୮ : ‘ଆୟୁଷ୍ମାନ ଭାରତ ଯୋଜନା’ ଏବେ କେବଳ ଗରିବଙ୍କ ମଧ୍ୟରେ ସୀମିତ ରହିବ ନାହିଁ । ଦେଶର ଗରିବଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ମିଳୁଛି, ମାତ୍ର ଏହି ଯୋଜନାର ଫାଇଦା ଗରିବୀ ରେଖା ଉପରେ ଥିବା ନିମ୍ନ ମଧ୍ୟବିତ୍ତ ପରିବାର ମଧ୍ୟ ପାଇବେ । ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି ।

ଆୟୁଷ୍ମାନ ଭାରତ ଯୋଜନାରେ ଦେଶର ୧୦.୭୪ କୋଟି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସସେଲ୍ ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି । ନେସନାଲ ହେଲଥ ଅଥରିଟି (ଏନଏଚଏ) ଏହି ଯୋଜନାରେ ଆଉ କିଛି ବର୍ଗର ଲୋକଙ୍କୁ ସାମିଲ କରିଛନ୍ତି । ଏମାନଙ୍କୁ କୁହାଯାଉଛି ‘ବଞ୍ଚିତ ମଧ୍ୟବିତ୍ତ’ ଅର୍ଥାତ୍ ‘the missing middle’। ଯେଉଁ ଲୋକଙ୍କ ନିକଟରେ ଏହି ଯୋଜନା ପହଞ୍ଚି ପାରିନାହିଁ, ସେମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ । ଆୟୁଷ୍ମାନ ଭାରତ ଯୋଜନାରେ ନିମ୍ନ ମଧ୍ୟବିତ୍ତ ଓ ଅନିୟମିତ କ୍ଷେତ୍ରରେ କାମ କରୁଥିବା ଲୋକ, ସ୍ୱରୋଜଗାରୀ, ବୃତ୍ତିଦାରୀ ବା ଛୋଟ କମ୍ପାନୀରେ କାମ କରୁଥିବା ଲୋକ ଫାଇଦା ପାଇବେ ।

ଏହାବ୍ୟତୀତ ନେସନାଲ ହେଲଥ ଅଥରିଟି (ଏନଏଚଏ) ବୋର୍ଡ଼ କର୍ମଚାରୀଙ୍କ ନିମନ୍ତେ କେନ୍ଦ୍ର ସରକାରଙ୍କ ବର୍ତମାନର ସ୍ୱାସ୍ଥ୍ୟ ଯୋଜନା କୁହାଯାଉଥିବା ଆୟୁଷ୍ମାନ ଭାରତ-ପିଏମଜେଏୱାଇରେ ବିଲୟକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି । ଏଥିରେ ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ନିୟମିତ ଓ ଠିକା କର୍ମଚାରୀ ମଧ୍ୟ ସାମିଳ । ଏଥିରେ ନିର୍ମାଣ ଶ୍ରମିକ, ସଫାଇ କର୍ମଚାରୀ, ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତି, ସଶସ୍ତ୍ର ପୁଲିସରେ କାର୍ଯ୍ୟ କରୁଥିବା ଜବାନ ବି ସାମିଲ ହେବେ ।

Leave A Reply

Your email address will not be published.

3 × three =

error: Content is protected !!
Open chat