ମନି ଲଣ୍ଡରିଂ ମାମଲାରେ ଅହମଦ ପଟେଲଙ୍କ ଘରେ ପ୍ରବର୍ତନ ନିର୍ଦେଶାଳୟର ଟିମ୍

0 183
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୭/୦୬ : ସନ୍ଦେଶରା ଗ୍ରୁପ ବିରୋଧରେ ୫ ହଜାର କୋଟି ଟଙ୍କା ଠକାମୀ ମାମଲାରେ ଯାଞ୍ଚ କରୁଥିବା ଇଡି କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ଘରେ ପହଞ୍ଚିଛି | ଗୁଜରାଟ ଫାର୍ମା କମ୍ପାନୀ ଷ୍ଟାଲିଙ୍ଗ ବାୟୋଟେକ ଉପରେ ଚାଲୁଥିବା ଠକାମୀ ମାମଲାରେ ଇଡି ମନି ଲଣ୍ଡରିଂ ମାମଲା ରୁଜ୍ଜୁ କରିଛି | ଏହି ମାମଲାରେ ଇଡି କଂଗ୍ରେସ ନେତା ଅହମଦ ପଟେଲଙ୍କୁ ପଚରାଉଚୁରା କରୁଛି | ସନ୍ଦେଶରା ଗ୍ରୁପ ସହ ଅହମଦ ପଟେଲଙ୍କ ସମ୍ପର୍କକୁ ନେଇ ଯାଞ୍ଚ ଚାଲିଛି | ପୂର୍ବରୁ ଇଡି ଅହମଦ ପଟେଲଙ୍କ ଜ୍ୱାଇଁ ଓ ପୁଅକୁ ପଚରାଉଚୁରା କରିଥିଲା |

ମନି ଲଣ୍ଡରିଂ ମାମଲାରେ ପ୍ରବର୍ତନ ନିର୍ଦେଶାଳୟ ଟିମ ଫାର୍ମା ସେକ୍ଟର କମ୍ପାନୀ ଷ୍ଟାଲିଙ୍ଗ ବାୟୋଟେକ ସଞ୍ଚାଳକଙ୍କ ଠାରୁ ଅହମଦ ପଟେଲଙ୍କ ପୁଅ ଓ ଜ୍ୱାଇଁ ସମ୍ପର୍କରେ ଯାଞ୍ଚ କରୁଛି | ଇଡି ଅହମଦ ପଟେଲଙ୍କ ପୁଅ ଫୈଜଲ ପଟେଲଙ୍କ ବୟାନ ରେକର୍ଡ କରିଥିଲା | ପୁଅ ଫୈଜଲ ଓ ଜ୍ୱାଇଁ ଇରଫାନ ସିଦ୍ଦିକି ଷ୍ଟାଲିଙ୍ଗ ବାୟୋଟେକର ଟଙ୍କା ମନି ଲଣ୍ଡରିଂ ମାମଲାରେ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା |ଗୁଜରାଟ ଫାର୍ମା କ୍ଷେତ୍ରର ଏହି କମ୍ପାନୀକୁ ବଡୋଦରା ସନ୍ଦେଶରା ଗ୍ରୁପ ସଞ୍ଚାଳନ କରିଥାଏ | ଫାର୍ମା କମ୍ପାନୀର ପ୍ରମୋଟର ସନ୍ଦେଶରା ବନ୍ଧୁ ନିତିନ, ଚେତନ ତଥା ଦୀପ୍ତି ସନ୍ଦେଶରା ୧୪ ହଜାର ୫୦୦ କୋଟି ଟଙ୍କା ବ୍ୟାଙ୍କ ଋଣ ଠକେଇ କରିଥିବା ଅଭିଯୋଗ ହୋଇଥିଲା | ଏମାନେ ଦେଶରୁ ପଳାୟନ କରିଥିଲେ | ସରକାର ଏମାନଙ୍କୁ ପଳାତକ ଘୋଷଣା କରିଛନ୍ତି | ବ୍ୟବସାୟ ବଢାଇବା କହି ସନ୍ଦେଶରା ଗ୍ରୁପ ଷ୍ଟାଲିଙ୍ଗ ବାୟୋଟେକ ନାଁରେ ୫ ହଜାର ୩୮୩ କୋଟି ଟଙ୍କା ଋଣ କରିଥିଲେ | ଏହି ଋଣ ଆନ୍ଧ୍ର ବ୍ୟାଙ୍କ ସହିତ ଜଡିତ ବ୍ୟାଙ୍କ ଦେଇଥିଲେ | କିନ୍ତୁ ଏମାନେ ଋଣ ଟଙ୍କା ସୁଝି ନଥିଲେ | ବ୍ୟାଙ୍କର ଅଭିଯୋଗକ୍ରମେ ସିବିଆଇ ୨୦୧୭ ମସିହା ଅକ୍ଟୋବରରେ ଫାର୍ମା କମ୍ପାନୀର ପ୍ରମୋଟର ନିତିନ ସନ୍ଦେଶରା, ଚେତନ ସନ୍ଦେଶରା ଏବଂ ଦୀପ୍ତି ସନ୍ଦେଶରାଙ୍କ ବିରୋଧରେ ଠକେଇ ମାମଲା ରୁଜ୍ଜୁ କରିଥିଲା |

ଅହମଦ ପଟେଲ ଗୁଜରାଟ ରାଜ୍ୟସଭା ସାଂସଦ ଅଛନ୍ତି | ଯାଞ୍ଚ ଏଜେନ୍ସି ଏହା ପୂର୍ବରୁ ଦୁଇଥର ତାଙ୍କୁ ପଚରାଉଚୁରା କରିଛି | ପଟେଲ ଏଜେନ୍ସିକୁ କହିଥିଲେ ଯେ ସେ ସିନିୟର ସିଟିଯେନ ଏବଂ କୋଭିଡି-୧୯ ଯୋଗୁଁ କେନ୍ଦ୍ର ସରକାର ଘରେ ରହିବାକୁ ଗାଇଡଲାଇନ ଜାରି କରିଛନ୍ତି | ସେଥିପାଇଁ ସେ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇପାରିବେ ନାହିଁ | ଯାଞ୍ଚ ଏଜେନ୍ସି ଏଥିରେ ସହମତ ଥିଲେ | ଶନିବାର ଦିନ ଅଧିକାରୀମାନେ ଅହମଦ ପଟେଲଙ୍କ ଘରକୁ ଯାଇ ତାଙ୍କୁ ପଚରାଉଚୁରା କରିଛନ୍ତି |

Leave A Reply

Your email address will not be published.

18 − 4 =

error: Content is protected !!
Open chat