ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0 212
greentech

ଭୁବନେଶ୍ୱର: ଯଶସ୍ବୀ ସାରସ୍ବତ ସାଧକ ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ ‘ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା  ଓଡିଆ ସାହିତ୍ୟିକ ମାନଙ୍କୁ ଏହି ପୁରସ୍କାର ଓଡିଶା ସରକାରଙ୍କ ପକ୍ଷରୁ ପ୍ରତିବର୍ଷ  ଦିଆଯିବ।  ପୁରସ୍କାର ରାଶି ବାବଦକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

ଯୁବପୀଢି ମଧ୍ୟରେ ଉଭୟ ଇଂରାଜୀ ଓ ଓଡିଆ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ନିମନ୍ତେ ପ୍ରତିବର୍ଷ ହାଇସ୍କୁଲ ସ୍ତରରେ ଇଂରାଜୀ ଓ ସାହିତ୍ୟରେ ମୌଳିକ ରଚନା ପାଇଁ ‘ମନୋଜ-କିଶୋର ସାହିତ୍ୟ ପ୍ରତିଭା ସମ୍ମାନ’ ପ୍ରଦାନ କରାଯିବ। ଏଥିନିମନ୍ତେ  ଉଭୟ ଓଡ଼ିଆ ଓ ଇରାଜୀ ଭାଷା ରେ ଗୋଟିଏ ଗୋଟିଏ  ପୁରସ୍କାର  ପ୍ରଦାନ କରାଯିବ । ପୁରସ୍କାର ବାବଦ ଏକ ଲଷ ଟଙ୍କା ପ୍ରଦାନ କରାଯିବ ।

Leave A Reply

Your email address will not be published.

two × 4 =

error: Content is protected !!
Open chat