ମମତାଙ୍କୁ କୋଲକତା ହାଇକୋର୍ଟରୁ ବଡ଼ ଝଟକା; ଲାଗିଲା ୫ ଲକ୍ଷ ଟଙ୍କାର ଜରିମାନା

0 396
greentech

କୋଲକାତା ୦୭/୦୭/୨୦୨୧ କଳିଙ୍ଗ ଜ୍ଯୋତି : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କୋଲକତା ହାଇକୋର୍ଟରୁ ମିଳିଲା ବଡ଼ ଝଟକା । କୋର୍ଟ ମମତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି । ନନ୍ଦୀଗ୍ରାମ ମାମଲାରେ ଶୁଣାଣି କରୁଥିବା ଜଷ୍ଟିସ୍ କୌଶିକ ଚନ୍ଦା ନିଜ ଉପରେ ଲାଗିଥିବା ଅଭିଯୋଗକୁ ଅମୂଳକ ବିଚାର କରି ମମତାଙ୍କ ଉପରେ ଜରିମାନା ଲଗାଇଛନ୍ତି । କୋର୍ଟ ତରଫରୁ କୁହାଯାଇଛି କି ମମତା ବାନାର୍ଜୀଙ୍କ ଏଭଳି ଅଭିଯୋଗ କୋର୍ଟର ମାନହାନୀ କରିଛି ।

କହିରଖୁ କି ମମତା ବାନାର୍ଜୀ ଜଷ୍ଟିସ କୌଶିକ ଚନ୍ଦାଙ୍କର ବିଜେପି ସହିତ ସଂପର୍କ ଥିବା ଦର୍ଶାଇ ନନ୍ଦୀଗ୍ରାମ ମାମଲାର ଶୁଣାଣିରୁ ତାଙ୍କ ବଦଳରେ ଅନ୍ୟ ଜଣେ ଜଜଙ୍କୁ ନିଯୁକ୍ତି ଦେବାକୁ ହାଇକୋର୍ଟରେ ଆବେଦନ କରିଥିଲେ । ସେପଟେ ଏଭଳି ଦାବିକୁ ଅମୂଳକ ବୋଲି ଦର୍ଶାଇ କୋର୍ଟ କହିଛନ୍ତି କି, ମମତା ବାନାର୍ଜୀଙ୍କ ଠାରୁ ଯେଉଁ ଜରିମାନା ରାଶି ଆଦାୟ କରାଯିବ ତାହାକୁ କୋଭିଡରେ ମୃତ୍ୟୁବରଣ କରିଥିବା ଓଳିଲମାନଙ୍କ ପରିବାରକୁ ଦିଆଯିବ ।

ନନ୍ଦୀଗ୍ରାମ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ନିର୍ବାଚନ ଜିତିବା ପରେ ଏହାକୁ ନେଇ କୋର୍ଟରେ ହୋଇଥିବା ମାମଲାର ଶୁଣାଣିରୁ ଜଷ୍ଟିସ କୌଶିକ ଚନ୍ଦା ବାହାରି ଯାଇଛନ୍ତି । ଏବେ ଏହି ମାମଲାର ଶୁଣାଣି କେଉଁ କୋର୍ଟରେ ହେବ ତାହା ମୁଖ୍ୟ ବିଚାରପତି ନିଷ୍ପତ୍ତି ନେବେ ।

Leave A Reply

Your email address will not be published.

19 + fourteen =

error: Content is protected !!
Open chat