ମସ୍ତିଷ୍କକୁ ପ୍ରବେଶ କରିପାରେ କରୋନା ଭୂତାଣୁ

0 504
greentech

ବର୍ଲିନ: କରୋନା ଭୂତାଣୁ ଶରୀର ମଧ୍ୟକୁ ପ୍ରବେଶ କରି ଆମର ଶ୍ବାସକ୍ରିୟା ବ୍ୟବସ୍ଥା (ଫୁସ୍‌ଫୁସ୍‌)କୁ ସଂକ୍ରମଣ କରୁଥିବାବେଳେ ଏହା ଏବେ ମସ୍ତିଷ୍କକୁ ସଂକ୍ରମଣ କରିବାର ନୂଆ ଆଶଙ୍କା ସୃଷ୍ଟି କରିଛି।

ନୂଆ ଗବେଷଣାରୁ ଜଣାଯାଇଛି କରୋନା ଭୂତାଣୁ ନାକ ବାଟ ଦେଇ ମସ୍ତିଷ୍କକୁ ଯିବାର ଆଶଙ୍କା ରହିଛି। କେତେକ କରୋନା ସଂକ୍ରମିତଙ୍କ ଠାରେ ସ୍ନାୟବିକ ସମସ୍ୟା ଦେଖାଯିବାକୁ ନେଇ ଏପରି ଆଶଙ୍କା ବ୍ୟକ୍ତ କରାଯାଇଛି। ‘ନେଚର ନ୍ୟୁରୋସାଇନ୍ସ’ ନାମକ ଜର୍ଣ୍ଣାଲରେ ପ୍ରକାଶିତ ଗବେଷଣାତ୍ମକ ଆଲେଖ୍ୟରେ ଦର୍ଶାଯାଇଛି ଯେ ସାର୍ସ-ସିଓଭି-୨ (କୋଭିଡ-୧୯) ଭୂତାଣୁ କେବଳ ଆମର ଶ୍ବାସକ୍ରିୟାକୁ ପ୍ରଭାବିତ କରି ନ ଥାଏ; ଏହା ଆମର ସେଣ୍ଟ୍ରାଲ ନର୍ଭସ୍ ସିଷ୍ଟମ୍ (ସିଏନଏସ୍‌)କୁ ମଧ୍ୟ ପ୍ରଭାବିତ କରିଥାଏ। ଏହାଦ୍ବାରା ସ୍ନାୟବିକ ସମସ୍ୟା ଯେପରିକି ବାସ୍ନା ଓ ସ୍ବାଦ ବାରି ନ ପାରିବା, ମୁଣ୍ଡ ବ୍ୟଥା, କ୍ଲାନ୍ତି ଓ ବିରକ୍ତିକର ଭାବନା ସୃଷ୍ଟି ହୋଇଥାଏ।

ଏହି ସନ୍ଦର୍ଭରେ ଭୂତାଣୁର ଆରଏନଏ ଉପସ୍ଥିତି ମସ୍ତିଷ୍କ ଓ ସ୍ପାଇନାଲ ଫ୍ଲ୍ୟୁଇଡ୍‌ରେ ରହିଥିବା କୁହାଯାଇଛି; ମାତ୍ର ଏହା ଅସ୍ପଷ୍ଟ ଯେ ଏହା କିପରି ମସ୍ତିଷ୍କକୁ ପ୍ରବେଶ କରେ ଓ କେଉଁ ଆଡକୁ ସଂକ୍ରମିତ କରିଥାଏ। ବର୍ଲିନର ମେଡିଜିନ୍‌ ବିଶ୍ବବିଦ୍ୟାଳୟର ଗବେଷକଙ୍କ କହିବା ଅନୁଯାୟୀ ନାକ ଦ୍ବାରା କରୋନା ଭୂତାଣୁ ମସ୍ତିଷ୍କକୁ ପ୍ରବେଶ କରିଥାଏ। କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ୩୩ଜଣଙ୍କୁ ପରୀକ୍ଷା କରାଯିବାରୁ ଜଣାଯାଇଛି ଯେ ସେମାନଙ୍କ ମସ୍ତିଷ୍କରେ କରୋନା ଭୂତାଣୁର ଆରଏନଏର ଉପସ୍ଥିତି ରହିଛି। କେତେକ ରୋଗୀଙ୍କ ମସ୍ତିଷ୍କରେ କରୋନା ସ୍ପାଇକ୍ ପ୍ରୋଟିନ୍‌କୁ ଠାବ କରାଯାଇଥିଲା। ଯେଉଁମାନଙ୍କର ସ୍ବାଦ ଓ ବାସ୍ନା ବାରିବାର କ୍ଷମତା ନଥିଲା।

ଅନ୍ୟପକ୍ଷରେ କେତେକ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି; ମାତ୍ର ଏହାକୁ ନେଇ ଆଦୌ ଉତ୍ସାହିତ ହେବାର ଆବଶ୍ୟକ ନାହିଁ। କରୋନା ଭୂତାଣୁକୁ ନେଇ ସର୍ବତା ସତର୍କ ଓ ସଜାଗ ରହିବାର ଆବଶ୍ୟକତା ରହିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ହୁ)ର ବରିଷ୍ଠ ଅଧିକାରୀ ୱାନ କେର୍ଖୋଭ କହିଛନ୍ତି।

Leave A Reply

Your email address will not be published.

3 × 3 =

error: Content is protected !!
Open chat