ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ବୋମାରେ ଉଡ଼ାଇ ଦେବାକୁ ଦାଉଦ୍ ର ଧମକ

0 462
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୬/୦୯ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଜୀବନରୁ ମାରିଦେବାକୁ ଧମକ ଆସିଛି । ସୂଚନାଅନୁସାରେ ଉଦ୍ଧବଙ୍କ ବାସଭବନ ‘ମାତୋଶ୍ରୀ’ର ଲ୍ୟାଣ୍ଡ ଲାଇନକୁ ଦୁବାଇରୁ ୨ଥର ଫୋନ ଆସିଛି । ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଦାଉଦ ଇବ୍ରାହିମ୍ ର ଲୋକବୋଲି ଉଲ୍ଲେଖ କରି ଉଦ୍ଧବଙ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଛି । ମୁମ୍ବାଇ ପୁଲିସ ଘଟଣା ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ କରିଛି ।  ଉଦ୍ଧବଙ୍କୁ ଧମକ ମିଳିବା ପରେ ତାଙ୍କ ବାସଭବନର ସୁରକ୍ଷା କଡ଼ାକଡ଼ି କରି ଦିଆଯାଇଛି ।

ମୁମ୍ବାଇ ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ମାତୋଶ୍ରୀରେ ଟେଲିଫୋନ ଅପରେଟରଙ୍କ ନିକଟକୁ ଶନିବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ ୨ଥର ଫୋନ ଆସିଥିଲା । ଫୋନ କରିଥିବା ବ୍ୟକ୍ତି ନିଜକୁ ଦାଉଦ୍ ଇବ୍ରାହିମର ଲୋକ ବୋଲି ଉଲ୍ଲେଖ କରି ମାତୋଶ୍ରୀକୁ ବୋମା ମାଡ଼ କରି ଉଡ଼ାଇ ଦିଆଯିବ ବୋଲି ଧମକ ଦେଇଥିଲା ।

ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟର ୧୯ତମ ମୁଖ୍ୟମନ୍ତ୍ରୀ ଓ ସେ ୨୦୧୯ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ । କଠୋରପନ୍ଥୀ ନେତା ବାଲାସାହେବ ଠାକରେଙ୍କ ପୁଅ ୨୦୦୨ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ ଓ ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ ହେବାରେ ସେ ଠାକରେ ପରିବାରର ପ୍ରଥମ ସଦସ୍ୟ । ତାଙ୍କ ପୁଅ ଆଦିତ୍ୟ ଠାକରେ ମଧ୍ୟ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ରହିଛନ୍ତି ।

Leave A Reply

Your email address will not be published.

five − 3 =

error: Content is protected !!
Open chat