ମୁମ୍ବାଇ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୨ା୭ : ସାରା ଦେଶରେ କରୋନାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ମହାରାଷ୍ଟ୍ର । ମହାରାଷ୍ଟ୍ର ରାଜଭବନର ୧୬ ଜଣ ଷ୍ଟାଫଙ୍କର ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିଛି । ଏହାପରେ ରାଜ୍ୟପାଳ ଭଗତ ସିଂ କୋଶିଆରିଙ୍କୁ ଆଇସୋଲେସନ୍କୁ ପଠାଯାଇଛି।
ମହାରାଷ୍ଟ୍ର ରାଜଭବନର ୧୦୦ ଜଣଙ୍କର ସ୍ୱାବ୍ ଟେଷ୍ଟ ହୋଇଥିଲା। ସେମାନଙ୍କ ମଧ୍ୟରୁ ୫୫ ଜଣଙ୍କର ରିପୋର୍ଟ ଆସିଥିବା ବେଳେ ୧୬ ଜଣଙ୍କର ପଜିଟିଭ୍ ଆସିଛି। ରାଜଭବନକୁ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି । ସେହିପରି ଅନ୍ୟାଦେଶ ପର୍ଯ୍ୟନ୍ତ ସମସ୍ତ ବୈଠକକୁ ବାତିଲ୍ କରିଦିଆଯାଇଛି । ଏଠାରେ ୨ ଲକ୍ଷ ୪୬ ହଜାର ୬୦୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୦ ହଜାର ୧୧୬ ଜଣଙ୍କର ମୃତ୍ୟୁ ହୋଇଛି ।