ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା: ଓଏଏସ୍ ବିଭୂ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର

0 356
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୪/୦୮: ପୂର୍ବତନ ଆୟୁଷ ନିର୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ଗୁରୁବାର ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଓଏଏସ୍ ବିଭୂ ପ୍ରସାଦ ଷଡ଼ଙ୍ଗୀ ସ୍ବତନ୍ତ୍ର ସଚିବ ପାହ୍ୟାରେ ଥିଲେ ।

ସୂଚନା ଅନୁଯାୟୀ, ଶ୍ରୀ ଷଡ଼ଙ୍ଗୀ ତାଙ୍କର ଜଣେ କନିଷ୍ଠ ସହଯୋଗୀଙ୍କୁ ଅଶାଳୀନ ଆଚରଣ କରିବା ଓ ଯୌନ ନିର୍ଯାତନା ଦେବା ନେଇ ଭୁବନେଶ୍ବର ମହିଳା ଥାନାରେ ଅଭିଯୋଗ ହୋଇଥିଲା । ପୀଡ଼ିତାଙ୍କୁ  ଶ୍ରୀ ଷଡ଼ଙ୍ଗୀ ଫୋନରେ କରିଥିବା କଥାବାର୍ତାର ଅଡ଼ିଓକୁ ପୁଲିସ ଗ୍ରହଣ କରିବା ସହ ତାଙ୍କୁ ଗତ ୯ ତାରିଖରେ ଗିରଫ କରିଥିଲା।

ପରେ ତାଙ୍କୁ ଭୁବନେଶ୍ବର ସେସନ ଜଜ୍ ୨ ଜଣ ଜାମିନଦାର ଓ ୧୦ ହଜାର ଟଙ୍କା ଜମା ପରେ ଜାମିନ ପ୍ରଦାନ କରିଥିଲେ । ମାତ୍ର ସରକାର ଏହାକୁ ଗୁରୁତ୍ବର ସହ ଗ୍ରହଣ କରି ତାଙ୍କୁ ଦାୟିତ୍ବରୁ ନିଲମ୍ବିତ କରିଥିଲେ ।

Leave A Reply

Your email address will not be published.

16 + 18 =

error: Content is protected !!
Open chat