ମହେନ୍ଦ୍ରଗିରିର ବିକାଶ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0 541
greentech

ପତ୍ର ଲେଖି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ

– ସ୍ୱଦେଶ ଦର୍ଶନ ଯୋଜନାରେ ରାମାୟଣ ସର୍କିଟ ଅଧିନରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେବା ପାଇଁ ଅନୁରୋଧ

– ରାଜ୍ୟ ସରକାରଙ୍କୁ ଏଥିପାଇଁ ପ୍ରସ୍ତାବ ଦେବାକୁ ପୂର୍ବରୁ ଅନୁରୋଧ କରିଥିଲା କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟ

– ରାଜ୍ୟ ସରକାର ଏପର୍ଯ୍ୟନ୍ତ ବିଭାଗୀୟ ମନ୍ତ୍ରଣାଳୟକୁ ପ୍ରସ୍ତାବ ପଠାଇନଥିବା ପତ୍ରରେ ଉଲ୍ଲେଖ– ସ୍ୱଦେଶ ଦର୍ଶନ ଯୋଜନାରେ ରାଜ୍ୟରେ ପର୍ଯ୍ୟଟନ ସୁବିଧାକୁ ବିକଶିତ କରିବା ପାଇଁ ଯୋଜନା

– ମହେନ୍ଦ୍ରଗିରିରେ ଧାର୍ମିକ ଗୁରୁତ୍ୱ କାରଣରୁ ସାମାଜିକ-ସାଂସ୍କୃତିକ ପର୍ଯ୍ୟଟନର ବିକାଶ ପାଇଁ ରହିଛି ଅପାର ସମ୍ଭାବନା

– ମହେନ୍ଦ୍ରଗିରିରେ ପର୍ଯ୍ୟଟନ ସ୍ଥଳର ବିକାଶ ହେଲେ ସ୍ଥାନୀୟ ଅଂଚଳରେ ଅଧିକ ନିଯୁକ୍ତି ସୃଷ୍ଟି ହେବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୬/୦୯: ଭାରତ ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନାର ରାମାୟଣ ସର୍କିଟ୍ ଅଧୀନରେ ମହେନ୍ଦ୍ରଗିରିର ବିକାଶ ପାଇଁ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟକୁ ସହଯୋଗ କରିବା ସହ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗକୁ ଏଥିପାଇଁ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦେବା ପାଇଁ ପତ୍ର ଲେଖି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଭାରତ ସରକାରଙ୍କ ଏହି ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ ସ୍ୱଦେଶ ଦର୍ଶନ ଯୋଜନାରେ ରାମାୟଣ ସର୍କିଟ ଅଧୀନରେ ମହେନ୍ଦ୍ରଗିରିର ବିକାଶ ପାଇଁ ପ୍ରସ୍ତାବ ଦେବା ପାଇଁ ଓଡିଶା ସରକାରଙ୍କୁ ଅନୁରୋଧ କରାଯାଇଥିଲା। ମାତ୍ର ରାଜ୍ୟ ସରକାର ଏପର୍ଯ୍ୟନ୍ତ ବିଭାଗୀୟ ମନ୍ତ୍ରଣାଳୟକୁ ଏହି ପ୍ରସ୍ତାବ ପଠାଇନଥିବା ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।ଭାରତ ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟ ସ୍ୱଦେଶ ଦର୍ଶନ ଯୋଜନାରେ ପର୍ଯ୍ୟଟନ ସୁବିଧାକୁ ବିକଶିତ କରିବା ପାଇଁ ଓଡିଶାର ବିଭିନ୍ନ ସ୍ଥାନକୁ ଚିହ୍ନଟ କରିଛି। ଓଡ଼ିଶାରେ ଥିବା ପର୍ଯ୍ୟଟନସ୍ଥଳୀ ଯଥା ରାମାୟଣ ସର୍କିଟ ଅଧିନରେ ମହେନ୍ଦ୍ରଗିରି, କ୍ରୀଷ୍ଣା ସର୍କିଟ ଅଧିନରେ ପୁରୀ ଏବଂ ଉପକୂଳ ସର୍କିଟ ଅଧୀନରେ ଗୋପାଳପୁର, ବରକୁଳ, ସାତପଡ଼ା ଓ ଟମ୍ପପଡା ଭଳି ସ୍ଥାନକୁ ଚିହ୍ନଟ କାରାଯାଇଛି। ୨୦୧୬-୧୭ ଆର୍ଥିକ ବର୍ଷରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟ ସ୍ୱଦେଶ ଦର୍ଶନ ଯୋଜନାରେ ଉପକୂଳ ସର୍କିଟ ଅଧୀନରେ ଗୋପାଳପୁର, ବରକୁଳ, ସାତପଡ଼ା ଓ ଟମ୍ପପଡାର ବିକାଶ ପାଇଁ ୭୦.୮୨ କୋଟି ଟଙ୍କା ମଞ୍ଜୁର କରିଥିଲା। ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ମହେନ୍ଦ୍ରଗିରି ପୂର୍ବଘାଟରେ ଅବସ୍ଥିତ ଏବଂ ଏହା ମହେନ୍ଦ୍ରଗିରି ପର୍ବତ ଭାବରେ ରାମାୟଣର କଥାବସ୍ତୁ ସହ ଜଡିତ। କୁହାଯାଏ ଯେତେବେଳେ ଭଗବାନ ରାମ ଭଗବାନ ଶିବଙ୍କ ଧନୁକୁ ଭାଙ୍ଗିଥିଲେ ପର୍ଶୁରାମ ମହେନ୍ଦ୍ରଗିରି ପର୍ବତ ଉପରେ ତପସ୍ୟା କରିଥିଲେ। ମହେନ୍ଦ୍ରଗିରିରେ ଧାର୍ମିକ ଗୁରୁତ୍ୱ ଥିବା ହେତୁ ଏଠାରେ ସାମାଜିକ-ସାଂସ୍କୃତିକ ପର୍ଯ୍ୟଟନର ବିକାଶ ପାଇଁ ଆନେକ ସମ୍ଭାବନା ରହିଛି। ମହେନ୍ଦ୍ରଗିରିରେ ପର୍ଯ୍ୟଟନ ସ୍ଥଳର ବିକାଶ ହେଲେ ସ୍ଥାନୀୟ ଅଂଚଳରେ ଅଧିକ ନିଯୁକ୍ତି ସୃଷ୍ଟି ହେବ ଏବଂ ଅର୍ଥନୈତିକ ବିକାଶ ମଧ୍ୟ ତ୍ୱରାନ୍ୱିତ କରିବ।ତେଣୁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ କରି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ବିଭାଗକୁ ସହଯୋଗ କରିବା ସହ ସ୍ୱଦେଶ ଦର୍ଶନ ଯୋଜନାରେ ରାମାୟଣ ସର୍କିଟ ଅଧିନରେ ମହେନ୍ଦ୍ରଗିରିର ଉନ୍ନତି ପାଇଁ ନିର୍ଦ୍ଦିଷ୍ଟ ବିଭାଗକୁ ପ୍ରସ୍ତାବ ଦେବା ପାଇଁ ନିର୍ଦ୍ଦେଶ ଦେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.

4 × 4 =

error: Content is protected !!
Open chat