ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁର ନିରପେକ୍ଷ ତଥା ତ୍ୱରାନ୍ୱିତ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

0 338
greentech

ନୂଆଦିଲ୍ଲୀ / ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୩/୦୭ : ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ | କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ଜଣେ ଯୁବ ସମାଜସେବୀ ଆଦିତ୍ୟ ଦାଶଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଲୋକଙ୍କ ମନରେ ଅନେକ କଥା ବସା ବାନ୍ଧିଛି | ଆତ୍ମହତ୍ୟା ଅପେକ୍ଷା ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ ସୃଷ୍ଟି ହୋଇଛି।

ଜିଆରପି ଏହି ଘଟଣାର ତଦନ୍ତ କରୁଥିଲେ ବି ଏହା ଜନସାଧାରଣଙ୍କୁ ସନ୍ତୁଷ୍ଟ କରିପାରୁନାହିଁ | ତେଣୁ ଭୁବନେଶ୍ୱର-କଟକ ପୁଲିସ କମିସନରଙ୍କୁ ଏହାର ତଦନ୍ତ କରିବାକୁ ତୁରନ୍ତ ନିର୍ଦ୍ଦେଶ ଦେବା ସହ ଜିଆରପି ସହ ମିଳିତ ଭାବେ ତଦନ୍ତ କରାଇବାକୁ ଶ୍ରୀ ଷଡ଼ଙ୍ଗୀ ଚିଠି ଲେଖିଛନ୍ତି |


ଏଠାରେ ସୂଚନା ଥାଉ କି ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଏବେ ବି ସସପେନ୍ସ ଲାଗି ରହିଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ଏଠାରେ ସୂଚନା ଥାଉ କି ଗତ ଦୁଇ ସପ୍ତାହ ତଳେ ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ କ୍ଷତବିକ୍ଷତ ମୃତଦେହ ଭୁବନେଶ୍ବର ଲିଙ୍ଗରାଜ ଷ୍ଟେସନର ରେଳ ଧାରଣାରୁ ମିଳିଥିଲା । ଏହା ହତ୍ୟା କି ଆତ୍ମହତ୍ୟା ତାହା ଏ ଯାଏଁ ସ୍ପଷ୍ଟ ହୋଇପାରି ନାହିଁ। ସ‌ନ୍ଦେହ ଘେରକୁ ଅନେକ ଲୋକ ଆସିଥିଲେ ମଧ୍ୟ ଜିଆରପି ଏବେ ସତ ପାଖରେ ପହଞ୍ଚିବା ପାଇଁ ତଦନ୍ତ ଚଳାଇଛି।

Leave A Reply

Your email address will not be published.

four × five =

error: Content is protected !!
Open chat