କଳିଙ୍ଗ ଜ୍ୟୋତି ବ୍ୟୁରୋ ୦୯/୦୭ : ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ମାର୍କ ଜୁକରବର୍ଗଙ୍କ ‘ମାସ୍କ ଅବତାର’। ଫେସବୁକ ପ୍ରତିଷ୍ଠାତାଙ୍କ ଏଭଳି ଅବତାରକୁ ଲୋକମାନେ ବେଶ ପସନ୍ଦ କରିଛନ୍ତି।କିଛି ଦିନ ଧରି ଫେସବୁକରେ ‘ଅବତାର’ ନାମକ ଏକ ଫିଚର ଖୁବ ଟ୍ରେଣ୍ଡ ହେଉଛି।
ଯେଉଁଥିରେ ଲୋକମାନେ ନିଜ ଚେହେରା ଅନୁଯାୟୀ କାର୍ଟୁନ୍ ତିଆରି କରି ଏହାକୁ ପ୍ରୋଫାଇଲ୍ ଫଟୋ ରଖୁଛନ୍ତି।ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ମଧ୍ୟ ବୁଧବାର ତାଙ୍କର ପ୍ରୋଫାଇଲ୍ ଫଟୋକୁ ପରିବର୍ତ୍ତନ କରିବା ସହିତ ମାସ୍କ ଅବତାରକୁ ଆପଣାଇଥିଲେ। ଯାହାକୁ ଫେସବୁକ ୟୁଜରମାନେ ପସନ୍ଦ କରିଛନ୍ତି।
ମାତ୍ର ୧୭ବର୍ଷ ବୟସରେ ଜୁକବର୍ଗ ନିଜ ସାଙ୍ଗ ମାନଙ୍କ ସହ ମିଶି ‘ସିନେପ୍ସ ମିଡିଆ ପ୍ଲେୟାର୍’ ନିର୍ମାଣ କରିଥିଲେ। ନିଜ ମନ ପସନ୍ଦର ଗୀତକୁ ଷ୍ଟୋର୍ କରି ରଖିବାରେ ଏହା ବେଶ୍ ସହାୟକ ହୋଇପାରିଥିଲା।