ମାଲକାନଗିରିରେ ଜନସଂଖ୍ୟା ନିୟନ୍ତ୍ରଣ ସଚେତନତା ରଥ ଶୁଭ ଉଦଘାଟନ

0 460
greentech

ମାଲକାନଗିରି  ୧୧/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଆଜି ବିଶ୍ଵ ଜନସଂଖ୍ୟା ଦିବସ । ଏହି ଅବସରରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ଜନସଂଖ୍ୟା ନିୟନ୍ତ୍ରଣ ସଚେତନତା ରଥର ଶୁଭ  ଉଦଘାଟନ  କରାଯାଇଛି । ଏହି ରଥକୁ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧୁକାରୀ ସନ୍ଧ୍ୟାରାଣି ପଟ୍ଟନାୟକ ଉଦଘାଟନ କରିଥିଲେ । ଏହି ରଥଟି ସହର ପରିକ୍ରମା କରି ଜନସଂଖ୍ୟା ବୃଦ୍ଧିର କାରଣ ସମ୍ବନ୍ଧରେ ସଚେତନ କରିବା ସହ । ଜନ ସଂଖ୍ୟା ବୃଦ୍ଧି ହେବା ଦ୍ୱାରା କଣ କଣ ସମସ୍ୟା ସୃଷ୍ଟି ହେବ ସେ ସମ୍ବନ୍ଧରେ ମଧ୍ୟ ସଚେତନ କରିବ । ଏତଦ୍ ବ୍ୟତିତ ରଥ ଉଦଘାଟନ ପୂର୍ବରୁ ପରିସର ମଧ୍ୟରେ ଜନସଂଖ୍ୟା ବୃଦ୍ଧି ଦ୍ଵାରା ହେଉଥିବା ସମସ୍ୟା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଆମେ ଦୁଇ ଓ ଆମର ଏକ ଏହି ନିୟମ ଆପଣେଇବା ପାଇଁ ମଧ୍ୟ ଆହ୍ବାନ କରାଯାଇଥିଲା । ସାରା ବିଶ୍ୱରେ ଭାରତ ଜନସଂଖ୍ୟା ଦୃଷ୍ଟିରୁ ଦୁତିୟ ସ୍ଥାନରେ ରହିଛି । ଯଦି ଏପରି ଜନସଂଖ୍ୟା ବୃଦ୍ଧି ହୁଏ ତେବେ ଖୁବ୍‌ ଶିଘ୍ର ଚୀନକୁ ଟପି ଭାରତ ଏକ ନମ୍ବର ହୋଇଯିବ । ଏଥି ସହ ଜନସଂଖ୍ୟା ବୃଦ୍ଧି ଯୋଗୁଁ ସରକାରଙ୍କ ପ୍ରତିଟି ଯୋଜନାରେ ଜନ ସାଧାରଣଙ୍କୁ ସୁଫଳ ମିଳିପାରିବ ନାହିଁ ଏବଂ ଚାକିରି କ୍ଷେତ୍ରରେ ମଧ୍ୟ ଅନେକ ସମସ୍ୟା ସୃଷ୍ଟି ହେବ ବୋଲି ଆଲୋଚନା କରାଯାଇଥିଲା । ତେଣୁ କିପରି ଭାବେ ନିଜ ପରିବାରରେ ଖୁସିରେ ରହି ପାରିବେ ସେଥି ପାଇଁ ପରିବାର ଯୋଜନା ନିଜେ କରିବା ଆବଶ୍ୟକ ବୋଲି ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

two × 4 =

error: Content is protected !!
Open chat