ମାଲକାନଗିରି: ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଦୁଇ ମହିଳା କମାଣ୍ଡୋ ଉଦ୍ଧାର କଲେ ଲ୍ୟାଣ୍ଡମାଇନ – ପଣ୍ଡ କଲେ ମାଓ ଆକ୍ରମଣ ଯୋଜନା ! !

0 442
greentech

ମାଲକାନଗିରି,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦ : ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ଦୁଇ ମହିଳା କମାଣ୍ଡୋ ମାଓ ଆକ୍ରମଣ ଯୋଜନା ପଣ୍ଡ କରି ସାଉଁଟିଛନ୍ତି ପ୍ରଶଂସା । କୁମ୍ବିଂ ବେଳେ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଦାନ୍ତେୱାଡା ଜିଲ୍ଲା ର ଟେଲମ ଓ ଟେଟମକୁ ସଂଯୋଗ କରୁଥିବା ରାସ୍ତାରୁ ୧୦ କେଜିର ଲ୍ୟାଣ୍ଡମାଇନ କୁ ଠାବ କରିଛନ୍ତି ଏହି ଦୁଇ ମହିଳା କମାଣ୍ଡୋ ।

କମାଣ୍ଡୋମାନେ କୁମ୍ବିଂ ସାରି ଫେରିବା ବେଳେ ଗ୍ରାମବାସୀଙ୍କଠାରୁ ଖବର ପାଇ ମେଟାଲ ଡିଟେକ୍ଟର ସାହାଯ୍ୟରେ ଲ୍ୟାଣ୍ଡମାଇନକୁ ଠାବ କରିଥିଲେ । ପରେ ସେଠାରେ ଏହାକୁ ବିସ୍ପୋରଣକରି ନିଷ୍କ୍ରିୟ କରିଥିଲେ । ଛତିଶଗଡ଼ ରାଜ୍ୟରେ କିଛିଦିନ ହେବ ମାଓ ସଂଗଠନ ଭୁଶୁଡ଼ିବାରେ ଲାଗିଛି । ମାଓବାଦୀମାନେ ନିଜର ଉପସ୍ଥିତି ଜାହିର କରିବା ପାଇଁ ଯବାନମାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ବିଭିନ୍ନ ରାସ୍ତାରେ ଏପରି ବହୁ ସଂଖ୍ୟାରେ ଲ୍ୟାଣ୍ଡମାଇନ ଲଗାଇଥିବା କରୁଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.

two × 1 =

error: Content is protected !!
Open chat