ମାଲକାନଗିରି ପୋଲିସ କ୍ୟାଂଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରସଙ୍ଗରେ ବିଜେପି ପ୍ରତିନିଧୀଦଳଙ୍କ ମାଲକାନଗିରି ଗସ୍ତ

0 189
greentech

ମଙ୍ଗଳବାର ଦିନ ଘଟଣାସ୍ଥଳରେ ପହଂଚି ସରଜମିନ ତଦନ୍ତ କରିବ ପ୍ରତିନିଧୀ ଦଳ
 ପୀଡିତାଙ୍କ ପରିବାର, ସ୍ଥାନୀୟ ପ୍ରଶାସନ, ପୋଲିସ ଅଧିକାରୀଙ୍କୁ ଭେଟି ଘଟଣା ସଂପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରାଯିବ
 ମାଲକାନଗିରି ଘଟଣା କୁନ୍ଦୁଲୀ ଘଟଣାର ପୁନରାବୃତି
 ଦୁଇ ମାସ ସମୟ ପରେ ବି ପୋଲିସ ମୃତା ମହିଳାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ସାର୍ବଜନୀନ କରୁନାହିଁ
 ମାଲକାନଗିରି ଘଟଣାରେ ପୀଡିତାର ମୃତ୍ୟୁ ହେବା ପରେ ବି କୌଣସି ବରିଷ୍ଠ ପୋଲିସ ଅଧିକାରୀ ଦୋଷୀଙ୍କୁ ଧରିପାରିଲେ ନାହିଁ


କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୬/୦୭: ରାଜ୍ୟରେ ମହିଳାମାନେ ପୂରା ଅସୁରକ୍ଷିତ ହୋଇପଡିଛନ୍ତି । ଦୀର୍ଘ ସମୟ ଧରି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଚାଲିଛି । ଲୋକମାନଙ୍କୁ ସୁରକ୍ଷିତ ରଖିବା ସରକାରଙ୍କ ଉତରଦାୟୀତ୍ୱ । କିନ୍ତୁ ଦୁଃଖର କଥା ମହିଳାମାନଙ୍କ ସହ ଦୁଷ୍କର୍ମ, ହତ୍ୟା, ମରଣାନ୍ତକ ଆକ୍ରମଣ, ନିର୍ଯ୍ୟାତନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରକ୍ଷକ ଏଠି ଭକ୍ଷକ ସାଜିଛି । ଖୋଦ୍ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ମାଲକାନଗିରି ପୋଲିସ କ୍ୟାଟିଂନରେ କାର୍ଯ୍ୟରତ ଥିବା ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଏପର୍ଯ୍ୟନ୍ତ ପୋଲିସ କାହାକୁ ଗିରଫ କରିନାହିଁ । ପୂର୍ବରୁ ବିଜେପିର ଏକ ପ୍ରତିନିଧୀ ଦଳ ଏ ଘଟଣା ସଂପର୍କରେ ମାନବାଧିକାର କମିଶନ ଏବଂ ପୋଲିସ ମହାନିଦେ୍ର୍ଦଶକଙ୍କୁ ଭେଟି ଅବଗତ କରାଇବା ପରେ ବି ରାଜ୍ୟସରକାର, ଗୃହ ବିଭାଗ ଏବଂ ପୋଲିସ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ରାଜ୍ୟ ବିଜେପି ଉପ ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ମଣ୍ଡଳ ଘଟଣା ସ୍ଥଳକୁ ଯାଇ ସରଜମିନ ତଦନ୍ତ କରିବ । ଆସନ୍ତାକାଲି ପ୍ରତିନିଧୀ ଦଳ ମାଲକାନଗିରି ଗସ୍ତ କରିବେ ଏବଂ ମଙ୍ଗବାର ଦିନ ଘଟଣାସ୍ଥଳକୁ ଯାଇ ପୀଡିତାଙ୍କ ପରିବାର, ସ୍ଥାନୀୟ ପ୍ରଶାସନ, ପୋଲିସ ଅଧିକାରୀଙ୍କୁ ଭେଟି ଘଟଣା ସଂପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିବେ ।


ମାଲକାନଗିରି ମହିଳା ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଏସସି ଏସଟି ଏଟ୍ରୋସିଟି ଆକ୍ଟ ଲଗାଇ ୬୦ ଦିନ ଭିତରେ ଚାର୍ଜସିଟି ଫାଇଲ ହେବା କଥା । ଏହା ସହ ତୁରନ୍ତ ପୀଡିତାଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାର ବ୍ୟବସ୍ଥା ଥିବାବେଳେ ରାଜ୍ୟସରକାର ଚୁପ୍ ରହିଛନ୍ତି । ମାଲକାନଗିରି ଘଟଣା କୁନ୍ଦୁଲୀ ଘଟଣାର ପୁନରାବୃତି । ଦୁଇ ମାସ ସମୟ ପରେ ବି ପୋଲିସ ମୃତା ମହିଳାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ବି ସାର୍ବଜନୀନ କରୁନାହିଁ । ମାଲକାନଗିରି ଘଟଣାରେ ପୀଡିତାର ମୃତୁ୍ୟ ହେବା ପରେ ବି କୌଣସି ବରିଷ୍ଠ ପୋଲିସ ଅଧିକାରୀ ଦୋଷୀଙ୍କୁ ଧରିପାରିଲେ ନାହିଁ । ଏସସି ଏସଟି ଏଟ୍ରୋସିଟି ଆକ୍ଟ ଅନୁଯାୟୀ ଅପରାଧୀଙ୍କୁ ଗିରଫ କରିବା, ପୀଡିତାଙ୍କୁ ଯଥାଯୋଗ୍ୟ ନ୍ୟାୟ ଏବଂ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ବିଜେପି ବାରମ୍ବାର ଦାବି କରୁଥିଲେ ବି ପୋଲିସ ଘଟଣାକୁ ଚପେଇ ଦେବାକୁ ଉଦ୍ୟମ ଚଲାଇଛି ।
ଆସନ୍ତାକାଲି ବିଜେପି ପ୍ରତିନିଧୀ ମଣ୍ଡଳରେ ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ, ବିଧାୟକ ଆଦିତ୍ୟ ମାଢି ଓ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦିକା ବବିତା ପାତ୍ର ପ୍ରମୁଖ ୬ ଜଣିଆ ପ୍ରତିନିଧୀ ଦଳ ମାଲକାନଗିରି ଗସ୍ତ କରିବେ ।

Leave A Reply

Your email address will not be published.

twenty + thirteen =

error: Content is protected !!
Open chat