ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ରଖିବା ଘଟଣା: ଜୈଶ-ଉଲ୍-ହିନ୍ଦ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କଲା,ଏବେ କହିଲା- ପିଚକର ଅଭି ବାକି ହୈ

0 352
greentech

ମୁମ୍ବାଇ,୨୮।୨: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ବାହାରୁ ବିସ୍ଫୋରକ ମିଳିବା ମାମଲାରେ ରବିବାର ବଡ ଖବର ସାମନାକୁ ଆସିଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆତଙ୍କବାଦୀ ସଂଗଠନ ଜୈଶ-ଉଲ-ହିନ୍ଦ୍ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି। କୁହାଯାଉଛି ଯେ, ଘଟଣା ପାଇଁ ନିଜକୁ ଦାୟୀ କରିବା ସହ ଜୈଶ-ଉଲ୍-ହିନ୍ଦ୍ କହିଛି ବିଗ୍ ପିକଚର ଆସିବା ଏବେ ବାକି ଅଛି। ଉଲ୍ଲେଖନୀୟ ଯେ, ଏହି ମାମଲାରେ ଏନଆଇଏ ଓ ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତରେ ଲାଗି ରହିଛି।

ଏକ ଟେଲିଗ୍ରାମ ବାର୍ତ୍ତା ଜରିଆରେ ଜୈଶ-ଉଲ୍-ହିନ୍ଦ୍ ଦାବି କରିଛି ଯେ, ଏସୟୁଭିରେ ବିସ୍ଫୋରକ ରଖିଥିବା ଆତଙ୍କବାଦୀ ଠିକ୍ ଭାବରେ ଘରେ ପହଁଞ୍ଚି ଯାଇଛି। ନିଜର ବାର୍ତ୍ତାରେ ଏହି ଆତଙ୍କବାଦୀ ସଂଗଠନ ଲେଖିଛି ଯେ, ଏହା କେବଳ ଏକ ଟ୍ରେଲର ପୁରା ପିକଚର ଏବେ ବାକି ଅଛି। ବାର୍ତ୍ତାରେ ମୁକେଶ ଅମ୍ବାନୀଙ୍କୁ ମଧ୍ୟ ଟଙ୍କା ମଗାଯାଇଛି। ଯଦି ଅମ୍ବାନୀ ତାଙ୍କର ଦାବିକୁ ଗ୍ରହଣ ନକରନ୍ତି ତେବେ ଆଗାମୀ ଥର ତାଙ୍କ ପୁଅର କାର୍ ଉପରେ ଆକ୍ରମଣ ହେବ।

‘TERROR AT AMBANI HOUSE’ ର ଟାଇଟଲ ଥିବା ମେସେଜରେ ଆତଙ୍କବାଦୀମାନେ ଲେଖିଛନ୍ତି, ଆପଣ(ଅମ୍ବାନୀ) ଜାଣନ୍ତି ଯେ, ସେ କ’ଣ କରିବେ। ଯେଉଁ ଟଙ୍କା ଆପଣଙ୍କୁ ଦେବାକୁ କୁହାଯାଇଛି ତାହା ଟ୍ରାନ୍ସଫର କରି ଓ ନିଜର ‘ଫ୍ୟାଟ୍ କିଡସ୍’ ସହିତ ଖୁସିରେ ରୁହନ୍ତୁ। ଉଲ୍ଲେଖନୀୟ ଯେ, ଜୈଶ-ଉଲ୍-ହିନ୍ଦ ସଂଗଠନ ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ଉପରେ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।

ଏହି ମାମଲାରେ ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଓ ଏନଆଇଏ ଦୁହେଁ ମିଳିମିଶି ଯାଞ୍ଚ କରୁଛନ୍ତି। ପୋଲିସ ପୂର୍ବରୁ ହିଁ ଏହି ମାମଲାରେ ଆତଙ୍କବାଦୀ ଦିଗକୁ ନେଇ ତଦନ୍ତ କରୁଛି। ତେବେ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ ନକରିବା କାରଣରୁ ପୋଲିସ ସ୍ପଷ୍ଟ ଭାବରେ ଏହାର ସୂଚନା ଦେଉନଥିଲା। ସେହି ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜରେ କାର ପାର୍କ କରିବା ବେଳେ ଜଣେ ସନ୍ଧିଗ୍ଧ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା। ଏହି ସନ୍ଦିଗ୍ଧ ବ୍ୟକ୍ତିଜଣକ ନିଜର ଚେହେରାରେ ମାସ୍କ ଲଗାଇଥିଲେ। ପୋଲିସ ସନ୍ଦିଗ୍ଧ ବ୍ୟକ୍ତିର ଚିହ୍ନଟ କରିଥିଲା ଓ ମାମଲାରେ ତା’ର କନେକ୍ସନକୁ ନେଇ ତଦନ୍ତ କରୁଛି।

Leave A Reply

Your email address will not be published.

eighteen − 9 =

error: Content is protected !!
Open chat