ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି ପ୍ରଦାନ : ରାଜ୍ୟରେ ଆଉ ୬ଟି ନୂଆ ଥାନା ସହ ୯୦୫ ନୂଆ ପୁଲିସ ପଦବୀକୁ ଅନୁମୋଦନ – କୃତଜ୍ଞତା ଜଣାଇଲେ ପୁଲିସ ମହାନିର୍ଦେଶକ, ଅଭୟ

0 429
greentech

ଭୁବନେଶ୍ଵର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୮ : ରାଜ୍ୟରେ ଆଉ ୬ଟି ନୂଆ ଥାନା ସହ ୨୨୦ ଥାନାରେ ୯୦୫ ନୂଆ ପୁଲିସ ପଦବୀକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରି ପ୍ରଦାନ କରିଛନ୍ତି । ବର୍ତ୍ତମାନ ଥିବା ୬ଟି ଆଉଟ ପୋଷ୍ଟକୁ ଅଧିକ ମଜଭୁତ କରାଯିବା ନେଇ ରାଜ୍ୟରେ ଆଉ ୬ଟି ପୁଲିସ ଷ୍ଟେସନ ପ୍ରତିଷ୍ଠା କରାଯିବ ବୋଲି ସୂଚନା ମିଳିଛି । ୬ଟି ଥାନାର ପରିସୀମାକୁ ଦୁଇ ଭାଗରେ ଭାଗ କରାଯିବା ସହ ନୂଆ ୬ ଟି ଥାନା ପ୍ରତିଷ୍ଠା କରାଯିବ ।

ରାଜ୍ୟରେ ଆଉ ୯୦୫ ନୂଆ ପୁଲିସ ପଦବୀକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୨୦ ଥାନାରେ ୯୦୫ ନୂଆ ପୁଲିସ ପଦବୀ ସହ ରାଜ୍ୟରେ ଆଉ ୬ଟି ନୂଆ ଥାନା ପାଇଁ ମଧ୍ୟ  ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି ମିଳିଛି । ସମ୍ପୃକ୍ତ ଥାନାଗୁଡ଼ିକ ହେଲା ଖଣ୍ଡଗିରି, ଅନୁଗୁଳ ଟାଉନ ଥାନା, ଝାରସୁଗୁଡ଼ା ଟାଉନ ଥାନା, ଭଞ୍ଜନଗର ଥାନା, ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ତିହିଡ଼ି ଥାନା । ଏହି ୬ ଥାନାକୁ ଦୁଇ ଭାଗରେ ବିଭକ୍ତ କରାଯିବ । ଏହି ଅନୁମୋଦନ ପାଇଁ ପୁଲିସ ମହାନିର୍ଦେଶକ, ଅଭୟ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.

two × 3 =

error: Content is protected !!
Open chat