କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ୱାଇ ୩୧/୦୮: ବଲିଉଡ୍ ସହ ଡ୍ରଗ୍ କନେକ୍ସନକୁ ନେଇ ଅନେକ କଥା ଅଭିନେତ୍ରୀ କଙ୍ଗନା ରଣାୱତ କହିଛନ୍ତି । କଙ୍ଗନା କହିଛନ୍ତି ତାଙ୍କୁ ବହୁତ ଜଣଙ୍କ ନାଁ ଜଣାଅଛି । ଯାହାଙ୍କର ଡ୍ରଗ୍ କନେକ୍ସନ ରହିଛି ।
କଙ୍ଗନାଙ୍କର ଏହି ବୟାନ ପରେ ବିଜେପି ନେତା ରାମ କଦମ କଙ୍ଗନା ରଣାୱତଙ୍କ ପାଇଁ ସୁରକ୍ଷା ଦାବି କରିଥିଲେ । ଏହାକୁ ନେଇ ଅଭିନେତ୍ରୀ କହିଛନ୍ତି ତାଙ୍କୁ ମୁମ୍ୱାଇ ପୁଲିସ୍ଙ୍କର ସୁରକ୍ଷା ଦରକାର ନାହିଁ । ସେ କହିଛନ୍ତି ହିମାଚଳ ପ୍ରଦେଶ ସରକାର ବା କେନ୍ଦ୍ର ସରକାର ସୁରକ୍ଷା ଦେଇ ପାରିବେ । କଙ୍ଗନା କହିଛନ୍ତି ମୁଭି ମାଫିଆଙ୍କ ଠାରୁ ମୁମ୍ୱାଇ ପୁଲିସ୍କୁ ବହୁତ ଡ଼ର ।
ବିଜେପି ନେତା ରାମ କଦମ ମହାରାଷ୍ଟ୍ରର ସରକାରଙ୍କ ଠାରୁ ଏହି ଦାବି କରିଥିଲେ କି କଙ୍ଗନାଙ୍କୁ ସୁରକ୍ଷା ଦିଆଯାଉ । ସେ କହିଥିଲେ , ଶହେ ଘଣ୍ଟା ଏବଂ ୪ଦିନରୁ ଅଧିକ ହୋଇଗଲାଣି କଙ୍ଗନା ରଣାୱତ ବଲିଉଡ୍ ଡ୍ରଗ୍ସ ମାଫିଆଙ୍କର ଲିଙ୍କ୍ର ପର୍ଦ୍ଦାଫାଶ କରିବା ପାଇଁ ପ୍ରସ୍ତୁତ । କିନ୍ତୁ ତାଙ୍କୁ ସୁରକ୍ଷା ଦେବା ଜରୁରୀ । ଦୁର୍ଭାଗ୍ୟ ଯେ ମହାରାଷ୍ଟ୍ର ସରକାର ଏବେ ଯାଏ କୌଣସି ସୁରକ୍ଷା ଦେଇନାହିଁ ।