ରାଜଗାଙ୍ଗପୁର: ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆଉ ଜଣେ କୋଭିଡ ଯୋଦ୍ଧା କରୋନା ଆକ୍ରାନ୍ତ ! ! ଆସନ୍ତା ୪୮ ଘଣ୍ଟା ପାଇଁ ହସପିଟାଲକୁ ସଟଡାଉନ ଘୋଷଣା

0 966
greentech

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୩/୦୮ : ମହାମାରୀ କରୋନା ନିର୍ଭୟ ରେ ଦେଖାଇ ଚାଲିଛି ତା କରାମତି । ସମୟ ବଢିବା ସହିତ କରୋନାର କାୟା ମଧ୍ୟ ବଢି ବଢି ଚାଲିଛି । ଲକଡାଉନ, ସଟଡାଉନ, ସାମାଜିକ ଦୂରତା ସବୁ ତା ଆଗରେ ହାର ମାନିଛି । ଦିନକୁ ଦିନ ସହରରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିରୁ କୋଭିଡ ଯୋଦ୍ଧା ମଧ୍ୟ ବାଦ ପଡିନାହାନ୍ତି। ଏ ସଂସାରରେ ଦ୍ଵିତୀୟ ଈଶ୍ୱର ଵୋଲାଉଥିବା ଡାକ୍ତର ମାନେ କୋଭିଡ ଯୋଦ୍ଧା ଭାବେ ନାମିତ ହୋଇ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ଆଗେଇ ଚାଲିଛନ୍ତି ଏହି ଯୋଦ୍ଧା ମାନେ । ଏହି ଯୋଦ୍ଧା ମାନେ ମଧ୍ୟ ବର୍ତ୍ତି ପାରୁନାହାନ୍ତି କରୋନା କବଳରୁ। ସେହିଭଳି ଏକ ଘଟଣା ଘଟିଛି ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ହସପିଟାଲରୁ ଆଜି ଜଣେ କୋଭିଡ ଯୋଦ୍ଧା କରୋନାରେ ଆକ୍ରାନ୍ତ ହେବାରୁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସନ୍ତା ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି।

Leave A Reply

Your email address will not be published.

nine − 2 =

error: Content is protected !!
Open chat