ମେ ମାସ ପର୍ଯ୍ୟନ୍ତ ରହିବ କରୋନାର ଦ୍ୱିତୀୟ ଲହର

0 279
greentech

ନୂଆଦିଲ୍ଲୀ: ଭାରତରେ ଆରମ୍ଭ ହୋଇଥିବା କରୋନାର ଦ୍ୱିତୀୟ ଲହର ପ୍ରଭାବ ମେ ମାସ ଶେଷପର୍ଯ୍ୟନ୍ତ ଲାଗି ରହିପାରେ। ଏହି ସମୟ ମଧ୍ୟରେ ଦେଶରେ ପ୍ରାୟ ୨୫ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇପାରନ୍ତି। ଏଭଳି ଆଶଙ୍କା ପ୍ରକଟ କରି ଭାରତୀୟ ଷ୍ଟେଟବ୍ୟାଙ୍କ (ଏସ୍‍ବିଆଇ) ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟ। ପ୍ରଥମ ଲହରର ଧାରାକୁ ଅନୁଶୀଳନ କରିବା ପରେ ଏସ୍‍ବିଆଇ ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ ଅନୁମାନ କରାଯାଇଛି ଯେ ଏପ୍ରିଲ ମଧ୍ୟଭାଗ ସୁଦ୍ଧା ଦ୍ୱିତୀୟ ଲହର ଶୀର୍ଷକୁ ଛୁଇଁବ ଏବଂ ତାହାପରେ ସେଥିରେ ହ୍ରାସ ଘଟିବ। ଏଥିରେ କୁହାଯାଇଛି ଯେ କରୋନାର ଦ୍ୱିତୀୟ ଲହରରେ ଭାରତ ପ୍ରଥମ ଲହର ତୁଳନାରେ ବେଶ୍‍ ଭଲ ସ୍ଥିତିରେ ରହିଛି। କାରଣ ସମ୍ପ୍ରତି ଦେଶରେ ଏହାର ଟିକା ଉପଲବ୍ଧ ହେଉଛି।
ଗତ ସପ୍ତାହରେ ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ ଏହି ଦ୍ୱିତୀୟ ଲହରର ସମୁଦାୟ ସଂକ୍ରମଣ ଅବଧି ପ୍ରାୟ ୧୦୦ ଦିନ ପର୍ଯ୍ୟନ୍ତ ଚାଲିପାରେ। ଦ୍ୱିତୀୟ ଲହର ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇଛି। ଏହି ଏସ୍‍ବିଆଇ ରିସର୍ଚ୍ଚ ରିପୋର୍ଟ କହିଛି, କରୋନାର ଦ୍ୱିତୀୟ ଲହର ଭାରତୀୟ ଅର୍ଥନୀତି ଉପରେ ପୁଣି ପ୍ରତିକୂଳ ପ୍ରଭାବ ପକାଇବ। ଚଳିତ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତିରେ ୭.୭% ସଙ୍କୋଚନ ଘଟିବାବେଳେ ଆସନ୍ତା ଆର୍ଥିକ ବର୍ଷରେ ସେଥିରେ ୧୧% ଅଭିବୃଦ୍ଧି ଘଟିବା ସମ୍ଭାବନା ରହିଛି।

Leave A Reply

Your email address will not be published.

3 × 3 =

error: Content is protected !!
Open chat