ମେ ୭ରେ ଶୀର୍ଷରେ ଥିଲା କରୋନା: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

0 597
greentech

ନୂଆଦିଲ୍ଲୀ : କରୋନା ସଙ୍କଟ ମଧ୍ୟରେ ଏକ ଅଶ୍ଵସ୍ତିକର ଖବର ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। କରୋନା ଏହାର ଶୀର୍ଷ ସ୍ତର ବା ପିକ୍‌କୁ ଅତିକ୍ରମ କରିସାରିଛି। ଗତ ମେ ୭ ତାରିଖରେ କରୋନା ପିକ୍‌ରେ ରହିଥିଲା ଏବଂ ଏହା ପରଠାରୁ ଦେଶରେ ସଂକ୍ରମଣ ହ୍ରାସ ପାଉଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଦେଶର ୫୩୧ ଜିଲାରେ ଏପ୍ରିଲ ୨୮ରୁ ମେ ୪ ପର୍ଯ୍ୟନ୍ତ ପ୍ରତିଦିନ ୧୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିଲେ। ଗତ ୩ ସପ୍ତାହ ଧରି ଦେଶରେ ପରୀକ୍ଷାକୁ ଦ୍ରୁତିଗତିରେ ବୃଦ୍ଧି କରାଯାଇଛି। କିନ୍ତୁ ଏହି ସମୟରେ ସଂକ୍ରମଣ ହାରରେ ହ୍ରାସ ପରିଲକ୍ଷିତ ହୋଇଛି। ଭାରତରେ ଏବେ ସଂକ୍ରମଣ ହାର ୮.୩୧ ପ୍ରତିଶତ ରହିଛି। ବର୍ତ୍ତମାନ ପ୍ରତ୍ୟହ ସଂକ୍ରମଣ ହାର ୬.୬୨ ପ୍ରତିଶତ ଥିବାବ​ବେଳେ ଏପ୍ରିଲ ପରଠାରୁ ଏହା ସର୍ବନିମ୍ନ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୦ ପ୍ରତିଶ୍ରତ ହାସ ପାଇଛି। ଗୋଟିଏ ଦିନରେ ସକ୍ରିୟ ମାମଲାରେ ୧ ଲକ୍ଷ ୩୦ ହଜାର ହ୍ରାସ ପାଇଛି। ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସଂକ୍ରମଣ ହ୍ରାସ ପାଉଛି। ଏହା ଏକ ସକାରାତ୍ମକ ବିଷୟ।

Leave A Reply

Your email address will not be published.

2 × four =

error: Content is protected !!
Open chat