ଯାଜପୁରରେ କଟକଣା ବଢିଲା : କାର୍ଯ୍ୟାଳୟକୁ ଆସି ଗହଳି ନ କରିବାକୁ ଜିଲ୍ଲାପାଳ ନିବେଦନ କଲେ

0 287
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଯାଜପୁର ୦୭/୦୭ : କରୋନାର ଭୟାବହତା ଜିଲ୍ଲାରେ ବୃଦ୍ଧି ପାଇବାକୁ ଲାଗିଚ୍ଥି ।  ଏପରି କି, ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଚ୍ଥନ୍ତି ।  ଏଥିପାଇଁ ସମଗ୍ର ଯାଜପୁର ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟକୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକ ମାନଙ୍କ ପ୍ରବେଶ ଊପରେ ରୋକ୍ ଲଗାଯାଇଚ୍ଥି ।  ସାମାଜିକ ଦୂରତା ବଜାୟ ରଖିବା, ଗହଳି ନ କରିବା, ମାସ୍କ ବ୍ୟବହାର କରିବା ଦ୍ୱାରା କରୋନାକୁ ନିୟନ୍ତ୍ରଣ କରାଯାଇପାରିବ ।  ଏହି ଉଦେ୍ଦଶ୍ୟରେ ସରକାର ମଧ୍ୟ ବାରମ୍ୱାର ମାର୍ଗ ଦର୍ଶିକା ପ୍ରଚଳନ ସହ ଲୋକ ମାନଙ୍କୁ ସଚେତନ କରାଉଚ୍ଥନ୍ତି ।

ତେଣୁ ଜିଲ୍ଲା ର ଅଧିବାସୀ ମାନଙ୍କୁ କୈାଣସି ସରକାରୀ କାର୍ଯ୍ୟାଳୟକୁ ଆସିବାକୁ ବାରଣ କରାଯାଇଚ୍ଥି । ତେବେ ସେମାନେ ସେମାନଙ୍କର ସରକାରୀ କାର୍ଯ୍ୟକୁ ଯେପରି ସହଜ ଓ ସୁବିଧାରେ ପାଇପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଚ୍ଥି ବୋଲି ଜିଲ୍ଲା ପାଳ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି ।

ଲୋକମାନେ ଜିଲ୍ଲା  ସ୍ତର ବା ବ୍ଳ୍କ ସ୍ତରରେ କାର୍ଯ୍ୟ ପାଇଁ ସଂପୃକ୍ତ କାର୍ଯ୍ୟାଳୟର ଇ-ମେଲ୍ ବା ଅଧିକାରୀ ମାନଙ୍କ ହ୍ୱାଟ୍ସପ୍ ମାଧ୍ୟମରେ ସେମାନଙ୍କ ଅଭିଯୋଗ ବା କାର୍ଯ୍ୟର ବିବରଣୀ ପ୍ରେରଣ କରନ୍ତୁ ।  ଆବେଦନ ପତ୍ରରେ ସ୍ପଷ୍ଟ ଭାବେ  ନାମ, କାର୍ଯ୍ୟର ବିବରଣୀ,  ଠିକଣା, ଯୋଗାଯୋଗ ନମ୍ୱର ଓ ଇ-ମେଲ୍ ଆଇଡି ଦିଅନ୍ତୁ ।  ଯାହା ପଂଳରେ ସଂପୃକ୍ତ ବ୍ୟକ୍ତିଙ୍କର କାର୍ଯ୍ୟ କାର୍ଯ୍ୟାଳୟକୁ ନ ଆସି ମଧ୍ୟ ହୋଇପାରିବ ବା ସଂପୃକ୍ତ ଅଧିକାରୀ କାର୍ଯ୍ୟ ସଂପର୍କରେ ଆବେଦନକାରୀଙ୍କୁ ସୂଚୀତ କରିପାରିବେ ।  ଜିଲ୍ଳ୍ା ସ୍ତରୀୟ ବିଭିନ୍ନ କାର୍ଯ୍ୟାଳୟର ମେଲ ଆଇଡି ମଧ୍ୟ ଊଲ୍ଲେଖ କରାଗଲା ।  ଏହାର ସୁପଂଳ ନିଆଯାଇପାରେ ବୋଲି ଶ୍ରୀ ଦାସ ଆଶା ପ୍ରକାଶ କରିଚ୍ଥନ୍ତି ।

Leave A Reply

Your email address will not be published.

five × four =

error: Content is protected !!
Open chat