ଯାଜପୁରରେ ସାଧାରଣ ଲୋକଙ୍କୁ ଅଫିସ ମନା

0 155
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଯାଜପୁର ୩୦/୦୬: ଗତ ଦୁଇ ଦିନରେ ଯାଜପୁର ଜିଲାରେ ୮୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ଜିଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ରହିଥିବା ଜଣାପଡ଼ିଛି। ଏ ନେଇ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ଜିଲାର କୌଣସି କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କୁ ଯିବାକୁ ବାରଣ କରିଛନ୍ତି।

ଏହି ମର୍ମରେ ଜିଲାପାଳ ଦାସ ତାଙ୍କ ପତ୍ରସଂଖ୍ୟା ୧୭୯୬/୨୯।୬।୨୦୨୦ରେ ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ଆସନ୍ତା ଜୁଲାଇ ୮ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ବୋଲି ସେ ସୂଚନା ଦେଇଛନ୍ତି

Leave A Reply

Your email address will not be published.

eleven − 11 =

error: Content is protected !!
Open chat