ଯାଜପୁର ର ବିକାଶ ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ : ଧର୍ମେନ୍ଦ୍ର ପ୍ରଧାନ

0 398
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଯାଜପୁର ୧୦/୦୭: ମହାମାରୀ କରୋନା ପାଇଁ ସଭା, ସମିତି ଆୟୋଜନ ହୋଇପାରୁନାହିଁ । ଏପରି ସ୍ଥଳେ ବିଜେପି ଡ଼ିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଜନ ସମ୍ବାଦ ରାଲି ଆୟୋଜନ କରି ଲୋକଙ୍କୁ ଏକାଠି କରିବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଉଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ଦିନରେ ଯାଜପୁର ଜିଲ୍ଲାର କଳିଙ୍ଗନଗର ବିଶ୍ୱର ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ବଡ଼ ପେଣ୍ଠସ୍ଥଳୀ ହେବ । ଏଠାରେ ଶିଳ୍ପାୟନର ନୂଆ ଅଧ୍ୟାୟ ସୃଷ୍ଟି ହେବା ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ ।

ଖଣିଜ ସମ୍ପଦର ବିକାଶ, ଶିଳ୍ପାୟନର ବୃଦ୍ଧି, ·ଷ କାର୍ଯ୍ୟକୁ ଅଗ୍ରାଧିକାର ପ୍ରଦାନ କରିବା ଓ ସ୍ଥାନୀୟ ଅଞ୍ଚଳରେ ଯୁବକଙ୍କୁ ରୋଜଗାର ଦେବା ଦିଗରେ ପ୍ରଧାନମନ୍ତ୍ରୀ କାମ କରୁଛନ୍ତି । ବନ୍ଦ ହୋଇ ପଡ଼ିଥିବା ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼ର ପୁନରୁଦ୍ଧାର ଓ କାରଖାନାରୁ ଚଳଚଞ୍ଚଳ କରିବା ପାଇଁ ସେ ପ୍ରୟାସ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଶ୍ରମିକ ଓ କର୍ମ·ରୀ ମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ସେ ଯଥାସାଧ୍ୟ ଉଦ୍ୟମ ଜାରି ରଖିଛନ୍ତି ।

ଚଣ୍ଡିଖୋଲ ଓ ଡ଼ୁବୁରି ରାସ୍ତାର ପ୍ରଶସ୍ତିକରଣ ସହ ଦ୍ୱିତୀୟ ବ୍ରାହ୍ମଣୀ ବି୍ରଜର କାମ ଆରମ୍ଭ ପାଇଁ କେନ୍ଦ୍ରରୁ ଅର୍ଥ ମଞ୍ଜୁରୀ ସରିଛି । କିନ୍ତୁ କିଛି ଆଇନଗତ ଅସୁବିଧା ପାଇଁ ଏହି କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରୁ ନଥିବାରୁ ସେ ଖୁବ୍ ଶୀଘ୍ର । ଏହାର ସମାଧାନର ରାସ୍ତା ବାହାର କରିବାର ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହ କଳିଙ୍ଗନଗର ଅଞ୍ଚଳରେ ବନ୍ଦ ହୋଇପଡ଼ିଥିବା ସମସ୍ତ ଛୋଟବଡ଼ କାରଖାନା ଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ଏବଂ କଳିଙ୍ଗନଗର କୁ ଷ୍ଟିଲ୍ ହବ୍ରେ ପରିଣତ କରିବା ପାଇଁ ମୋଦୀ ସରକାର ପ୍ରୟାସ ଆରମ୍ଭ କରିଛି ।

ଏହାସହ ଜିଲ୍ଲା ସଭାପତି ଗୌତମ ରାୟଙ୍କ ଦାବିଥିବା ଯାଜପୁରକୁ ରେଳ ସଂଯୋଗ, କୋରେଇ ନେତା ବିଶ୍ୱଜିତ୍ ନାୟକଙ୍କ ଦାବି ଯାଜପୁରରେ ରେଳୱେ ଡ଼ିଭିଜନ ପ୍ରତିଷ୍ଠା, ବ୍ୟାସନଗରରେ ଦ୍ୱିତୀୟ ଫ୍ଲାଏ ଓଭର ପ୍ରତିଷ୍ଠା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ୟମ ଜାରି ରଖିଛନ୍ତି । ଏ ସବୁ ଦାବି ପୁରଣ ହୋଇପାରିଲେ ଯାଜପୁର ବା ନିଶ୍ଚିତ ଭାବେ ଉପକୃତ ହୋଇପାରିବେ । ତେବେ ଯାଜପୁରକୁ ମୋଦୀ ସରକାର ଗୁରୁତ୍ୱ ଦେଉଥିବା କଥା ଏଥିରୁ ପ୍ରମାଣିତ ହୋଇପାରେ । କେନ୍ଦ୍ରମନ୍ତ୍ରୀ କାର୍ଯ୍ୟକର୍ତ୍ତା ମାନଙ୍କୁ ଆହ୍ୱାନ କରିଛନ୍ତି ବିଗତ ବର୍ଷ ମାନଙ୍କରେ ମୋଦୀ ସରକାରରେ ଉପଲବ୍ଧ ଜନକଲ୍ୟାଣ ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ମାସ୍କ ପିନ୍ଧିବା ସହ ସର୍ବସାଧାରଣରେ ସାମାଜିକ ଦୂରତା ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.

17 − one =

error: Content is protected !!
Open chat