ରଥଯାତ୍ରାରେ ଛେରାପହଁରା କରିବେ ଗଜପତି

0 514
greentech

ଭୁବନେଶ୍ବର ୦୬/୦୭/୨୦୨୧ କଳିଙ୍ଗ ଜ୍ଯୋତି : ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିବେ। ରଥଯାତ୍ରାରେ ଛେରାପହଁରା ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ସୂଚନା ଦେଇଛନ୍ତି। ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ଯେ ଆମେ ରଥଯାତ୍ରାକୁ ମୁଖ୍ୟ ସ୍ଥାନ ଦେଇଛୁ। ତାହା ମୁଖ୍ୟ ପର୍ବ। ସ୍ନାନ ଯାତ୍ରାକୁ ନ ଯାଇ ରଥ ପାଇଁ ନିଷ୍ପତ୍ତି ନେଇଛୁ। ରଥଯାତ୍ରାରେ ମହାପ୍ରଭୁଙ୍କ ରଥରେ ଛେରାପହଁରା କରିବା ପାଇଁ ନିଷ୍ପତ୍ତି ନେଇଛୁ। ମହାପ୍ରଭୁ ଚାହିଁଲେ ବାହୁଡ଼ା ଯାତ୍ରାରେ ମଧ୍ୟ ଆମେ ଯିବୁ ବୋଲି ​‌ ପ୍ରକାଶ କରିଛନ୍ତି। କୋଭିଡ ସ୍ଥିତିକୁ ଦେଖି ରଥଯାତ୍ରାରେ ଭକ୍ତମାନଙ୍କ ସମାଗମ ଠିକ ନୁହେଁ। ସେମାନେ ଏକତ୍ରିତ ହେଲେ ସଂକ୍ରମଣ ବୃଦ୍ଧି ପାଇବ। ସଂକ୍ରମଣ ଯେଭଳି ବୃଦ୍ଧି ପାଇବ ନାହିଁ ସେଥିପ୍ରତି ଦୃଷ୍ଟି ଦେବା ସରକାର। ତେବେ ରଥଯାତ୍ରା ପରିଚାଳନା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସ୍ବାଗତ ଯୋଗ୍ୟ ବୋଲି ସେ ପ୍ରକାଶ କରିଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ସ୍ନାନ ଯାତ୍ରାରେ ଗଜପତିଙ୍କ ସ୍ଥାନରେ ମୁଦିରସ୍ତ କରିଥିଲେ ଛେରାପହଁରା। ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିବା ପରମ୍ପରା ରହିଛି।

Leave A Reply

Your email address will not be published.

eighteen − 8 =

error: Content is protected !!
Open chat