ରଥଯାତ୍ରା ପ୍ରସଙ୍ଗରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ପୁରୀ ବିଧାୟକଙ୍କ ଚିଠି । ବିନା ଭକ୍ତରେ ରଥଯାତ୍ରା ନେଇ କଲେ ଅନୁରୋଧ, ଘୋଷଯାତ୍ରା ପାଇଁ ସମସ୍ତ ସହଯୋଗ କରିବେ ବୋଲି ଚିଠିରେ କହିଲେ ଜୟନ୍ତ ଷଡ଼ଙ୍ଗୀ ।

0 401
greentech

କଳିଙ୍ଗ ଜ୍ୟୋତି: ଭୁବନେଶ୍ୱର:୨୧.୬.୨୦-ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ । ବିନା ଭକ୍ତରେ ରଥଯାତ୍ରା କରିବା ଲାଗି ଅନୁରୋଧ କରିଛନ୍ତି ବିଧାୟକ । କିଛି ସେବାୟତ ଓ ପୁଲିସଙ୍କୁ ନେଇ ରଥଯାତ୍ରା କରାଯାଉ । ବିଧାୟକ ଭାବେ ରଥଯାତ୍ରା ପାଇଁ ସମସ୍ତ ସହଯୋଗ କରିବେ ବୋଲି ସେ କହିଛନ୍ତି । କୋର୍ଟଙ୍କ ଆଗରେ ଭକ୍ତ ଶୂନ୍ୟ ରାଥଯାତ୍ରା ନେଇ ରାଜ୍ୟ ସରକାର ଯୁକ୍ତି ରଖନ୍ତୁ । କୋଟି କୋଟି ଭକ୍ତ ରଥଯାତ୍ରା ପାଇଁ ଚାହିଁରହିଛନ୍ତି ।

ସେପଟେ ରଥଯାତ୍ରା ନେଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ପିଟିସନ ଦାୟର କରିଛନ୍ତି । ପିଟିସନ ଦାୟର ନେଇ ଟୁଇଟରରେ ସୂଚନା ଦେଇଛନ୍ତି ସମ୍ବିତ ପାତ୍ର । ଆସନ୍ତା ୨୩ରେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ପ୍ରଥମ ଆଦେଶର ସ୍ପଷ୍ଟୀକରଣ ଓ ସଂଶୋଧନ ନିମନ୍ତେ ଆବେଦନ ଦାଖଲ କରିଥିବା କହିଛନ୍ତି । । ମହାପ୍ରଭୁ ଆମର ପ୍ରାର୍ଥନା ନିଶ୍ଚିତ ଶୁଣିବେ ବୋଲି ଆଶା ରହିଥିବା ସମ୍ବିତ ପାତ୍ର ଟୁଇଟ କରି କହିଛନ୍ତି ।

ତେବେ ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ ମହାପ୍ରଭୁଙ୍କ ରଥଯାତ୍ରାର ଶୁଣାଣି । ପୂର୍ବହ୍ନ ୧୧ଟାରେ ଶୁଣାଣି କରିବେ ଜଣିକିଆ ଖଣ୍ଡପୀଠ । ୩ ନମ୍ବର ଭର୍ଚୁଆ କୋର୍ଟରେ ଜଷ୍ଟିର ଏସ. ରବିନ୍ଦ୍ର ଭଟ୍ଟ ଶୁଣାଣି କରିବେ । ଭିଡିଓ କନଫରେସନ୍ ଜରିଆରେ ଜଗନ୍ନାଥଙ୍କ ରଥ ଯାତ୍ରା ମାମଲାରେ ଶୁଣାଣି କରାଯିବ । ପୂର୍ବରୁ ସର୍ବୋଚ ଅଦାଲତ ଦେଇଥିବା ରାୟର ପୁନଃବିଚାର ପାଇଁ ହୋଇଥିବା ଆବେଦନର ଶୁଣାଣି କରିବେ ଜଷ୍ଟିସ ଏସ. ରବିନ୍ଦ୍ର ଭଟ । ତେବେ କରୋନା କଟକଣା ଯୋଗୁଁ ରଥ ଯାତ୍ରା ବନ୍ଦ କରିବା ପାଇଁ ପୂର୍ବରୁ କୋର୍ଟ ରାୟ ଦେଇଥିଲେ । ସେହି ରାୟର ପୁନଃବିଚାର ପାଇଁ ଅନେକ ଆବେଦନ ହୋଇଥିଲା । ସେହି ଆବେଦନକୁ ଗ୍ରହଣ କରି ଆସନ୍ତାକାଲି ସୁପ୍ରିମକୋର୍ଟ ଶୁଣାଣି କରିବେ ।

Leave A Reply

Your email address will not be published.

eighteen − 2 =

error: Content is protected !!
Open chat