![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/07/teyteueyu.jpg?resize=531%2C309)
କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଉରକେଲା ୦୩/୦୭ : ରାଉରକେଲା ଆଇଜିଏଚରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବୁଧବାର ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବା ପରେ ଏହି ୬୪ ବର୍ଷୀୟ ବ୍ୟକ୍ତି ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା । ରିପୋର୍ଟରେ ସେ କରୋନା ପଜିଟିଭ୍ ଥିବା ଜଣାପଡିଥିଲା। ଏହାପରେ ତାଙ୍କୁ ଆଇଜିଏଚର କରୋନା ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।
![](https://kalingajyoti.com/wp-content/uploads/2020/07/yteyuyu.jpg)
ମୃତ ବ୍ୟକ୍ତି ଜଣଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ମଧ୍ୟ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। କିନ୍ତୁ ବ୍ୟକ୍ତି ଜଣଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା କାରଣରୁ ତାଙ୍କର ମୃତ ଦେହକୁ କୋଭିଡ୍ ନିୟମ ଅନୁସାରେ ସଂସ୍କାର କରାଯିବ ବୋଲି ରାଉରକେଲା ମହାନଗର ନିଗମ କମିଶନର ସୂଚନା ଦେଇଛନ୍ତି। ମୃତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ସ୍ୱାବ ପରୀକ୍ଷଣ ପାଇଁ ପଠାଯିବ ବୋଲି ସୂଚନା ମିଳିଛି। ଏଥି ସହିତ ମୃତ ବ୍ୟକ୍ତିଙ୍କ ଚିକିତ୍ସା କରୁଥିବା ୧୧ ଜଣ ଡାକ୍ତରଙ୍କୁ ଆଇଜିଏଚ କତ୍ତୃପକ୍ଷଙ୍କ ପକ୍ଷରୁ କ୍ବାରେଣ୍ଟାଇନ ନିର୍ଦେଶ ଦିଆଯାଇଛି।