ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୧୧/୧୦ : ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ସହରରେ ଦେଖିବାକୁ ମିଳିଛି ଏମିତିକା ଏକ ଦୃଶ୍ୟ ଯାହାକୁ ଦେଖିଲେ ଏ ସଭ୍ୟ ସମାଜ ଆଉ ସରକାରୀ ନିୟମ ଉପରେ ଘୃଣା ଆସିବ। ସ୍ୱଚ୍ଛ ଭାରତ ଅଭିଯାନ ଭଳି ସ୍ଲୋଗାନ ଗୁଡିକ ସେହି ସ୍ୱଚ୍ଛତା ସ୍ଲୋଗାନରେ ରହିଯାଉଛି। ସହରକୁ ସ୍ୱଚ୍ଛ କରିବା ପାଇଁ ସହରଠାରୁ ଦୂରରେ ବର୍ଜ୍ୟବସ୍ତୁ ନିଷ୍କାସନ ପାଇଁ ଲିପଲୋଇ ଠାରେ ବ୍ୟବସ୍ଥା କରାଗଲା କିନ୍ତୁ ବର୍ଜ୍ୟବସ୍ତୁ ଗୁଡିକ ନିର୍ଦ୍ଦିଷ୍ଟ ସ୍ଥାନ ଭିତରେ ନ ପଡି ବାହାରେ ପଡି ରହିଛି।ପୌରପାଳିକା ତରଫରୁ ଏହି ବର୍ଜ୍ୟବସ୍ତୁ କୁ ଗାଡ଼ିରେ ନେଇ ପକେଇ ଦିଆଯାଉଛି।ସେହି ବସ୍ତୁଗୁଡିକୁ ନିଆଁ ଲଗେଇ ଜଳେଇଦିଆଯାଉଛି।ସେହି ନିଆଁ ପାଖରେ ବୁଲା ଗୋରୁ ଗାଈ ଖାଦ୍ୟ ଖାଉଥିବାର ନଜର କୁ ଆସିଛି।
ଜୀବଜନ୍ତୁ ମାନେ ଖାଦ୍ୟ ଅନ୍ୱେଷଣ ରେ ଏଣେତେଣେ ବୁଲୁଥାନ୍ତି।ଏହି ଭଳି ଭାବରେ ବୁଲା ଜୀବଜନ୍ତୁ ଙ୍କ ଜୀବନ ମଧ୍ୟ ଅସୁରକ୍ଷିତ ବୋଲି ଜଣାପଡୁଛି।ସହରକୁ ସ୍ୱଚ୍ଛ ରଖିବା ସହିତ ଜୀବଜନ୍ତୁ ଙ୍କୁ ସୁରକ୍ଷା ଦେବା ପୌରପାଳିକା ର ମୌଳିକ କର୍ତ୍ତବ୍ୟ।ଏହି ପରିପେକ୍ଷିରେ ପ୍ରଶାସନ ର ନୀରବତା ସହରବାସୀ ଙ୍କୁ ଚକିତ କରୁଛି।ଏହି ସମସ୍ୟା କୁ ଦୂର କରିବା ପାଇଁ କି ପଦକ୍ଷେପ ନେବ ପୌରପାଳିକା ଦେଖିବାକୁ ବାକି ରହିଲା।