ଓଡିଶାରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ରାଜ୍ୟ ସରକାରଙ୍କ ସଜବାଜ: ଖୋଲିବ କି ବାବା ଆଖଣ୍ଡଳମଣିଙ୍କ ମନ୍ଦିର ! !

0 506
greentech

ଭଦ୍ରକ/ଆରଡି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୧୦: କୋରାନା ମହାମାରୀ ପାଇଁ ରାଜ୍ୟ ରେ ସମସ୍ତ ମନ୍ଦିର ବନ୍ଦ ରହିଛି । ସେହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲାର ଅନ୍ୟତମ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ମଧ୍ୟ ବନ୍ଦ ରହିଛି । କେବଳ ସେବାୟତମାନେ ବାବାଙ୍କ ପୂଜାର୍ଚନା କରୁଛନ୍ତି । ତେବେ ଗତ କାଲି ପୁଣିଥରେ ସରକାର ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ କରିବା ସହିତ ସମସ୍ତ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଛନ୍ତି । ୧୦ ଦିନ ଭିତରେ ରିପୋର୍ଟ ମିଳିବା ପରେ ସରକାର ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନେବେ ।

ତେବେ ଦୀର୍ଘ ୮ ମାସ ହେଲା ଆରଡିର ବାବା ଆଖଣ୍ଡଳମଣି ମନ୍ଦିର ବନ୍ଦ ଥିବାରୁ ମନ୍ଦିରକୁ ନେଇ ପରିବାର ପ୍ରତି ପୋଷଣ କରୁଥିବା ପାଖାପାଖି ୩୦୦ ସେବାୟତ ପରିବାର ଏବେ ବହୁ ଅସୁବିଧାରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି । ମନ୍ଦିର ବନ୍ଦ ଥିବାରୁ ଖାଁ ଖାଁ ଆରଡିର ଆଖଣ୍ଡଳମଣି ପୀଠ । ନା ଭକ୍ତ ଆସୁଛନ୍ତି ନା ଖୋଲୁଛି ଦୋକାନ ବଜାର । ତେବେ ସରକାର ଯାହା କଟକଣା କରିବେ ସେ ସମସ୍ତ କଟକଣା ମାନି ଚାଲିବୁ ତେଣୁ ମନ୍ଦିର ଖୋଲାଯାଉ ବୋଲି ଆଖଣ୍ଡଳମଣି ପୀଠର ସେବାୟତ ମାନେ ଦାବି କରିଛନ୍ତି । ଖାଲି ସେବାୟତ କାହିଁକି ଭକ୍ତମାନେ ମଧ୍ୟ ଖୋଲିବା ନେଇ ଯୁକ୍ତି ବାଢ଼ିଛନ୍ତି । ଅନ୍ୟପଟେ ଗତ ଅଗଷ୍ଟ ମାସରୁ ଦେଶର ବିଭିନ୍ନ ରାଜ୍ୟର ଧର୍ମାନୁଷ୍ଠାନ ଖୋଲିଥିବା ବେଳେ ଆମ ରାଜ୍ୟର ଏପର୍ଯ୍ୟନ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ସରକାର ନିଷ୍ପତ୍ତି ନେଇ ନାହାନ୍ତି ।

Leave A Reply

Your email address will not be published.

14 − twelve =

error: Content is protected !!
Open chat