ମାହାଙ୍ଗା ବ୍ଲକ ଅନ୍ତର୍ଗତ ଭଦ୍ରେଶ୍ୱରଠାରେ ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ

0 290
greentech

ମାହାଙ୍ଗା,(ଶ୍ରୀନିବାସ ନାୟକ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୧୦: ମାହାଙ୍ଗା ବ୍ଲକ ଅନ୍ତର୍ଗତ ଭଦ୍ରେଶ୍ୱରଠାରେ ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ୧୪୩ ତମ ଜୟନ୍ତୀ ପାଳିତ ହୋଇଯାଇଛି । ସମାଜସେବୀ ପ୍ରହଲ୍ଳାଦ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭଦ୍ରେଶ୍ୱର ଗ୍ରାମ ପଂଚାୟତର ସରପଂଚଙ୍କ ପ୍ରତିନିଧି ବିପିନ ବିହାରୀ ସ୍ୱାଇଁ, ପୂର୍ବତନ ସରପଂଚ ନାରାୟଣ ଚନ୍ଦ୍ର ପଣ୍ଡା, ଶିକ୍ଷାବିତ୍‌ ଅନନ୍ତ କିଶୋର ସାହୁ, ସୁନାମଣୀ ସେଠୀ, କାହ୍ନୁ ଚରଣ ବାରିକ, ରତ୍ନାକର ପ୍ରଧାନ, ରଂଜନ କୁମାର ପ୍ରଧାନ, ଜାବିର ଖାଁ ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଗୋପବନ୍ଧୁଙ୍କ ଆଦର୍ଶରେ ଆଜିର ଯୁବ ସମାଜ ଅନୁପ୍ରାଣୀତ ହେବା ପାଇଁ ଆହ୍ୱାନ ଦେଇଥିଲେ ।

ସେହିପରି ଅପରାହ୍ନରେ ଦ୍ୱିତୀୟ ଭଞ୍ଜ ସାହିତ୍ୟ ସଂସ୍କୃତି ସଂସଦ ଦୁଲ୍ଲାରପୁର ଗୋପାଳପୁର ତରଫରୁ ଭଦ୍ରେଶ୍ୱରଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ସଂପାଦକ ଗୌତମ ଚରଣ ଜେନା, ଶିଶୁ ସାହିତ୍ୟିକ ପ୍ରଫୁଲ୍ଲ କୁମାର ସାହୁ, କବି ପ୍ରଫୁଲ୍ଲ କୁମାର ସିଂହ, ରାଜକିଶୋର ମିଶ୍ର, ପୂର୍ବତନ ସରପଂଚ ସୁବାସ ଚନ୍ଦ୍ର ମହାନ୍ତି, ସମାଜସେବୀ ପବିତ୍ର ମୋହନ ପ୍ରଧାନ, ଶିକ୍ଷାବିତ୍‌ ତ୍ରିବିକ୍ରମ ନାଥ, ବ୍ରଜକିଶୋର ଜେନା, ପ୍ରହଲ୍ଲାଦ ପଣ୍ଡା, ପୂର୍ବତନ ସରପଂଚ ରମେଶ ଜେନା ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଗୋପବନ୍ଧୁଙ୍କୁ ଆଧୁନିକ ଓଡିଶାର ନିର୍ମାତା ବୋଲି କହିଥିଲେ । ତ୍ୟାଗ ପାଇଁ ଗୋପବନ୍ଧୁ ମହାନ୍‌ । ଯାହାକୁ ନେଇ ଆଜି ବି ଓଡିଶା ଗର୍ବ କରୁଛି ବୋଲି ମତ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.

8 + six =

error: Content is protected !!
Open chat