ରାଜଗାଙ୍ଗପୁର: ‘ବିଶ୍ୱ ଫାର୍ମାସିଷ୍ଟ ଦିବସ’ ଉପଲକ୍ଷେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

0 543
greentech

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୨୫/୦୯ : ଆଜି ‘ବିଶ୍ୱ ଫାର୍ମାସିଷ୍ଟ ଦିବସ’ ଉପଲକ୍ଷେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ‘ରାଉରକେଲା ବ୍ଲଡ଼ ବ୍ୟାଙ୍କ’ର ସହାୟତାରେ ଏକ ‘ରକ୍ତଦାନ ଶିବିର’ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ସମୟରେ ରାଜ୍ୟର ରକ୍ତ ଭଣ୍ଡାରଗୁୁୁୁଡିକରେ ଯେପରି ରକ୍ତର ଅଭାବ ନ ହୁଏ, ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ହୋଇଛି।

ରାଜଗାଙ୍ଗପୁର ବିଧାୟକ ଡକ୍ଟର ସି.ଏସ. ରାଜନ ଏକ୍କା ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ଉକ୍ତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ ୧୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଡେଣ୍ଟ ଡକ୍ଟର ଜେ.ସି.ଟୋପ୍ପୋ, ଫାର୍ମାସିଷ୍ଟ ଉମାକାନ୍ତ ମହାପାତ୍ର, ରଞ୍ଜିତ ବାରିକ, ଲିଙ୍ଗରାଜ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.

twenty − 1 =

error: Content is protected !!
Open chat