
ସୁନ୍ଦରଗଡ଼, ରାଜଗାଙ୍ଗପୁର(ସୌମ୍ୟଜୀତ ସ୍ୱାଇଁ) ବିକାଶ ବେହେରା।ବୟସ 28 ।କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଦେଉଳି ଗ୍ରାମର ବାସିନ୍ଦା।ଦୀର୍ଘ ୮ ବର୍ଷ ହେବ ସୁପ୍ରଭା ବେହେରା ଙ୍କୁ ପ୍ରେମ ବିବାହ କରିଥିଲେ।ବିବାହ ପରେ ଉଭୟେ ସ୍ୱାମୀ ଓ ସ୍ତ୍ରୀ ଭୁବନେଶ୍ୱର ରେ ରହୁଥିଲେ।ସେଠାରେ ରହିବା ସମୟରେ ବିକାଶ ମଦ୍ୟପାନ କରି ସୁପ୍ରଭା ଙ୍କୁ ମାର ପିଟ କରୁଥିଲେ।ସେହି କାରଣରୁ ଉଭୟ ଙ୍କ ମଧ୍ୟରେ କଳହ ଲାଗି ରହୁଥିଲା।ବାରମ୍ବାର ଏହି ପରି କଳହ ହେବାରୁ ୪ ରୁ ୫ ମାସ ପୂର୍ବେ ସୁପ୍ରଭା ନିଜ ବାପା ଘରକୁ ଚାଲି ଆସିଥିଲେ।ତାଙ୍କର ଏକ ସାତ ବର୍ଷ ର ପୁଅ ଅଛି।ସୁପ୍ରଭା ତାଙ୍କ ବାପା ସହଦେଵ ବେହେରା ଙ୍କ ଘରେ ବଗିଚାପଡ଼ାରେ ରହୁଥିଲେ।

ବିକାଶ ମଧ୍ୟ ୩ ମାସ ହେବ ବଗିଚାପଡ଼ାର ଅଜୟ ସାହୁ ଙ୍କ ଘରେ ଭଡାରେ ରହୁଥିଲେ।୧୯.୬.୨୦ ତାରିଖ ଦିନ ବିକାଶ ସୁପ୍ରଭା ଙ୍କୁ ଆଣିବା ପାଇଁ ରାତି ୧୦ ଟା ଘଟିକାରେ ତାଙ୍କ ଘରକୁ ଯାଇଥିଲେ କିନ୍ତୁ ସୁପ୍ରଭା ତାଙ୍କ ସହିତ ଆସି ନଥିଲେ ।ସୁପ୍ରଭା ତାଙ୍କୁ ବାରମ୍ବାର ଏହି ମନ୍ଦ ଅଭ୍ୟାସ ଛାଡିବା ପାଇଁ ବୁଝାଇଥିଲେ । ମୋ ସାଙ୍ଗରେ ନ ଆସିଲେ ଆତ୍ମହତ୍ୟା କରିବା ପାଇଁ ବିକାଶ କରିବେ ବୋଲି ଧମକ ଦେଇଥିଲେ କିନ୍ତୁ କୌଣସି ସୁଫଳ ମିଳିନଥିଲା ଶେଷରେ ସ୍ତ୍ରୀ କୁ ନ ଆଣି ସେ ଏକୁଟିଆ ଘରକୁ ଫେରିଥିଲେ।ଆଜି ପ୍ରାୟ ୩ ଘଟିକା ସମୟରେ ଜଣେ ଲୋକ ବିକାଶ ଙ୍କୁ ଡାକିବା ପାଇଁ ଘରକୁ ଆସିଥିଲେ।ଡାକିବା ପରେ ଘର କବାଟ ଖୋଲି ନଥିବାରୁ ।ଝରକା ପଟେ ତାଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଥିଲା।ଗତ କାଲି ସନ୍ଧ୍ୟା ୫ ଟା ଘଟିକା ସମୟରେ ବିକାଶ ଙ୍କୁ ପଡ଼ୋଶୀ ଲୋକ ଘର ବାହାରେ ଦେଖିଥିଲେ ।ପୋଲିସ ମୃତ ଦେହଟିକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ରାଜଗାଙ୍ଗପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଛି।ଏହାକୁ କିଛି ଲୋକ ଆତ୍ମହତ୍ୟା କରିବା ସହ କିଛି ଲୋକ ହତ୍ୟାକାଣ୍ଡ ମଧ୍ୟ କହୁଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ସତ୍ୟ ଜଣାପଡିବ ।