ରାଜଗାଙ୍ଗପୁର ସହର ନିକଟସ୍ଥ ଜୋରୁମାଲ ରେଲୱେ ବ୍ରୀଜ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର !

0 509
greentech

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୦୧/୦୯ : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ନିକଟସ୍ଥ ଜୋରୁମାଲ ରେଲୱେ ବ୍ରୀଜ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଆଜି ରାଜଗାଙ୍ଗପୁର ପୋଲିସ ଉଦ୍ଧାର କରିଛି । ଆଜି ସକାଳ ପ୍ରାୟ ୮ଟା ସମୟରେ ଲିପିଲୋଇ ଝୁମ୍ପୁଡିପଡ଼ାର ବିଜୟ ଗୋସାଇଁ ନିକଟସ୍ଥ ଜୋରୁମାଲ ରେଲୱେ ବ୍ରୀଜ ନିକଟରେ ଥିବା ଝରାପୋଲ ନାଳରେ ଏକ ଯୁବକର ମୃତଦେହ ଭାସୁଥିବାର ଦେଖିବାକୁ ପାଇ ଥିଲେ । ମୃତଦେହକୁ ଦେଖି ସେ ସାଙ୍ଗେ ସାଙ୍ଗେ ରାଜଗାଙ୍ଗପୁର ଅଗ୍ନିଶମ ବିଭାଗ ଓ ରାଜଗାଙ୍ଗପୁର ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଶଵକୁ ପାଣି ଭିତରୁ ବାହାର କରି ଜବତ କରିଥିଲେ । ଶଵଟି ମହାବୀର ଗାତୁୱାଡ଼ଙ୍କର ବୋଲି ଜଣାପଡିଛି । ଗତ ଅଗଷ୍ଟ ୩୦ ତାରିଖ ଶନିବାର ଦିନଠାରୁ ସେ ନିଖୋଜ ଥିବାର ଜଣାପଡିଛି । ସବିଶେଷ ଖବର ଅନୁଯାୟୀ ରାଜଗାଙ୍ଗପୁର ପୋଲିସ ଶଵଟିକୁ ଜବତ କରି ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି।

Leave A Reply

Your email address will not be published.

five × 5 =

error: Content is protected !!
Open chat