ରାଜଧାନୀରେ ଆରଏମଆରସିର ସେରୋଲଜିକାଲ ସର୍ଭେ : ୧.୪୨% ଲୋକଙ୍କ ଦେହରେ ବିକଶିତ ହେଉଛି ଆଂଟିବଡି; କଂରୋନ ସଂକ୍ରମିତ ହୋଇ ହେଉଛନ୍ତି ସୁସ୍ଥ

0 178
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୩/୦୭ : ରାଜଧାନୀରେ କରୋନା ଜନିତ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ , ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । କେତେ ଲୋକଙ୍କୁ କରୋନା ହୋଇ ଆପେ ଆପେ ସୁସ୍ଥ ହୋଇଯାଇଛନ୍ତି , କେତେ ଲୋକଙ୍କ ଦେହରେ ଆଂଟିବଡି ବିକଶିତ ହୋଇଛି ତାହା ଜାଣିବା ପାଇଁ ଆରଏମଆରସି ପକ୍ଷରୁ ସେରୋଲଜିକାଲ ସର୍ଭେ ହୋଇଥିଲା । ଏଥିରେ ୯୫୧ ଜଣ ଲୋକଙ୍କର ନମୂନା ସଂଗ୍ରହ ହୋଇଥିଲା । ସେଥିରୁ ମାତ୍ର ୧୫ ଜଣଙ୍କର ସେରୋ ପଜିଟିଭ୍ ଆସିଛି । ଆର୍ଥାତ୍ ରାଜଧାନୀର ୧.୪୨ ପ୍ରତିଶତ ଲୋକଙ୍କ ଦେହରେ ଆଂଟିବଡି ବିକଶିତ ହୋଇଛି । ଅର୍ଥାତ୍ ସେମାନେ କରୋନା ସଂକ୍ରମିତ ହୋଇମଧ୍ୟ ଆପେ ଆପେ ସୁସ୍ଥ ହୋଇଯାଇଛନ୍ତି ।

ଆରଏମଆରସି ପକ୍ଷରୁ ହୋଇଥିବା ନମୂନା ପରୀକ୍ଷଣରୁ ଜଣାପଡିଛି ଯେ ଭୁବନେଶ୍ୱରରେ ଯଦି ୧୦ ଲକ୍ଷ ଲୋକ ବାସ କରୁଥାନ୍ତି ତେବେ ପ୍ରାୟ ୧୪ ହଜାର ୨୦୦ ଲୋକ ଏବେ ସୁଦ୍ଧା ଆପେ ଆପେ ସୁସ୍ଥ ହୋଇଛନ୍ତି । ଆରଏମଆରସି ରିପୋର୍ଟ ଅନୁସାରେ ୮ ହଜାରରୁ ୨୫ ହଜାର ଲୋକଙ୍କ ମଧ୍ୟରେ ଆଂଟିବଡି ବିକଶିତ ହୋଇଛି ।

ଲୋକସଂଖ୍ୟା ଏବଂ ନମୂନା ସଂଗ୍ରହ ହିସାବକୁ ଦେଖିଲେ ହାରାହାରି ୧.୪୨ ପ୍ରତିଶତ ଲୋକଙ୍କ ଦେହରେ ଏହା ବିକଶିତ ହୋଇଛି ବୋଲି କୁହାଯିବ ବୋଲି କୁହାଯାଇଛି । ଏବେ ଲକ୍ଷଣ ନଥିବା କରୋନା ଆକ୍ରାନ୍ତ ଅଧିକ ଥିବାରୁ ରାଜଧାନୀବାସୀ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖିବାକୁ ହେବ । ଏବେ ଅନ୍ତରୀଣ ରିପୋର୍ଟ ଆସିଛି । ଆଗକୁ ପୂର୍ଣ୍ଣାଂଗ ରିପୋର୍ଟ ଆସିଲେ ସବୁ କିଛି ଅଧିକ ସ୍ପଷ୍ଟ ହେବ ବୋଲି କହିଛି ଆରଏମଆରସି ।

Leave A Reply

Your email address will not be published.

three + 15 =

error: Content is protected !!
Open chat