ରାଜଧାନୀରେ ମାଡ଼ି ମାଡ଼ି ଚାଲିଛି କରୋନା: ଆଜି ପୁଣି ଚିହ୍ନଟ ହେଲେ ୪୫ ନୂଆ ଆକ୍ରାନ୍ତ

0 195
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୪/୦୭: ରାଜଧାନୀରେ ମାଡ଼ି ଚାଲିଛି କରୋନା। ଶନିବାର ଆଉ ୪୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୧୪ ହୋଇଛି। ସେଥିରୁ ୨୪୭ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୬୦ ସକ୍ରିୟ କେସ୍‌ ରହିଛି। ସେହିଭଳି ୬ଜଣଙ୍କ ମୃତ୍ୟୁ ଘଟିଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୩୭ କ୍ୱାରାଣ୍ଟାଇନ୍‌ ମାମଲା, ୮ ଲୋକାଲ କେସ୍‌ ରହିଛି। କ୍ୱାରାଣ୍ଟାଇନ୍‌ ମାମଲା ମଧ୍ୟରୁ ମଞ୍ଚେଶ୍ୱର ପ୍ରତିଦିନ ଅଫିସ ନିକଟରୁ ୯, ସାମନ୍ତରାପୁର ନୂଆଗାଁର ୬, ଘରୋଇ ହସ୍ପିଟାଲର ୩, ସତ୍ୟନଗର ଅଞ୍ଚଳର ଜଣେ, ମଞ୍ଚେଶ୍ୱର କଳିଙ୍ଗ ବେକରୀ ନିକଟରୁ ୩, ସହିଦ ନଗର ୭-୧୧ ରେଷ୍ଟୁରାଣ୍ଟ ନିକଟରୁ ଜଣେ, ହଂସପାଳ ସିମ୍ଫୋନୀ ମଲ୍‌ ନିକଟରୁ ଜଣେ, ଚକେଇସିଆଣିରୁ ଜଣେ, ଲକ୍ଷ୍ମୀସାଗର ପୁରୁଣା ପୋଷ୍ଟଅଫିସ ନିକଟରୁ ଜଣେ, ୟୁନିଟ୍‌-୪ ଅଞ୍ଚଳର ଜଣେ, ଅଶୋକ ନଗର ଅଞ୍ଚଳର ଜଣେ, ବରମୁଣ୍ଡା ଅଞ୍ଚଳର ଜଣେ, ପୁରୁଣା ଭୁବନେଶ୍ୱରର ଜଣେ, ସରକାରୀ ଡାକ୍ତରଖାନାର ୪ଜଣ, ଭରତପୁର ଅଞ୍ଚଳରୁ ଜଣେ ଅଛନ୍ତି। ସେହିଭଳି ୮ ଲୋକାଲ କେସ୍‌ ମଧ୍ୟରୁ ବରମୁଣ୍ଡା ଶକ୍ତି ଗେଟେ ହାଉସ ନିକଟରୁ ଜଣେ, କେଦାର ଗୌରୀ ଅଞ୍ଚଳରୁ ଜଣେ, ସାଲିଆ ସାହିରୁ ଜଣେ, ଖଣ୍ଡଗିରିରୁ ଜଣେ, ଡୁମ୍‌ଡୁମାରୁ ଜଣେ, ପୁରୁଣା ଭୁବନେଶ୍ୱରରୁ ଜଣେ, ୟୁନିଟ୍‌-୪ ଅଞ୍ଚଳରୁ ଜଣେ, ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଜଣେ ଅଛନ୍ତି। ଏହାବ୍ୟତିତ ୩୧ ଜଣ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଥିବା ନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.

12 + 4 =

error: Content is protected !!
Open chat