ରାଜନୈତିକ ସଙ୍କଟ ମଧ୍ୟରେ ରାଜସ୍ଥାନ ସରକାର : ସହଯୋଗୀ ବିଧାୟକଙ୍କୁ ନେଇ ଦିଲ୍ଲୀରେ ପାଇଲଟ୍, ଅନୁସରଣ କରିବେ କି ସିନ୍ଧିଆଙ୍କ ପଦାଙ୍କ ?
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଜୟପୁର / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୨ା୭ : ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି । ଉଭୟଙ୍କ ଝଗଡା ଏବେ ଦିଲ୍ଲୀରେ ପହଞ୍ଚିଛି । ରାଜନୈତିକ ସଙ୍କଟ ନେଇ ହାଇକମାଣ୍ଡଙ୍କ ସହ ଆଲୋଚନା ହୋଇପାରେ ବୋଲି ସମ୍ଭାବନା ରହିଛି । ଅନ୍ୟପଟେ ରାଜସ୍ଥାନରେ କଂଗ୍ରେସ ଅନ୍ତଃକନ୍ଦଳ ଓ ରାଜନୈତିକ ସଙ୍କଟ ପ୍ରସଙ୍ଗରେ ନିଜର ସହଯୋଗୀ ବିଧାୟକଙ୍କୁ ଧରି ଦିଲ୍ଲୀ ପହଞ୍ଚିଛନ୍ତି ସଚିନ୍ ପାଇଲଟ୍ । ଏନେଇ ଦିନକ ଆଗରୁ ବରିଷ୍ଠ ନେତା ଅହମଦ ପଟେଲଙ୍କୁ ଭେଟିଥିଲେ ସଚିନ୍ । ତେବେ ସଚିନଙ୍କ ସପକ୍ଷରେ ୨୩ ବିଧାୟକ ଥିବା ସୂଚନା ମିଳିଛି ।
![](https://i0.wp.com/kalingajyoti.com/wp-content/uploads/2020/07/593402-pilotttt.jpg?resize=970%2C545)
ତେବେ ଉପମୁଖ୍ୟମନ୍ତ୍ରୀ ସଚିନଙ୍କୁ ନୋଟିସ୍ ପଠାଇଛି ରାଜସ୍ଥାନ ପୋଲିସ । ବୟାନ ରେକର୍ଡ ପାଇଁ ହାଜର ହେବାକୁ ଏସଓଜି ପକ୍ଷରୁ ନୋଟିସ୍ ଜାରି ହୋଇଛି । ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ ହୋଇଛି ବୋଲି ଅଭିଯୋଗ ହୋଇଛି । ମଧ୍ୟପ୍ରଦେଶ ପରେ ଏବେ ରାଜସ୍ଥାନରେ କଂଗ୍ରେସ ଦଳର ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ।