ରାଜସ୍ଥାନରେ ହାଇ-ଭୋଲଟେଜ ରାଜନୈତିକ ଡ୍ରାମା : ବାଚସ୍ପତିଙ୍କ ନୋଟିସ ବିରୋଧରେ୧୯ ବିଦ୍ରୋହୀ ବିଧାୟକ ହାଇକୋର୍ଟଙ୍କ ଦ୍ଵାରସ୍ଥ – ଅଦାଲତ ସୋମବାର କରିବେ ଶୁଣାଣି

0 376
greentech

ଜୟପୁର / ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ :  ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରାଜସ୍ଥାନ ପିସିସି ସଭାପତି ସଚିନ ପାଇଲଟଙ୍କ ସମେତ ୧୯ ଜଣ ବିଧାୟକଙ୍କୁ ନୋଟିସ ବିରୋଧରେ ହାଇକୋର୍ଟରେ ରୁଜୁ ମାମଲାର ଶୁକ୍ରବାର ଶୁଣାଣି ହୋଇଛି । ଏହାପୂର୍ବରୁ ଏହି ବିଧାୟକମାନଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରିବାର ଆଶଙ୍କା ନେଇ ଚର୍ଚା ହୋଇ ଆସୁଥିଲା । ଶୁକ୍ରବାର ସନ୍ଧ୍ୟା ପୂର୍ବରୁ ବିଧାୟକମାନଙ୍କୁ ଦିଆଯାଇଥିବା ନୋଟିସର ଉତ୍ତର ମଗାଯାଇଥିଲା । ଏହା ବିରୋଧରେ ବିଧାୟକମାନେ ବାଚସ୍ପତିଙ୍କ ନୋଟିସକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମୁଖ୍ୟ ବିଚାରପତି ଇନ୍ଦ୍ରଜିତ୍ ମହାନ୍ତି ଓ ଜଷ୍ଟିସ ପ୍ରକାଶ ଗୁପ୍ତାଙ୍କ ବେଞ୍ଚ ସମ୍ମୁଖରେ କଂଗ୍ରେସ ବିଧାୟକଙ୍କ ପକ୍ଷରୁ ଆଇନଜୀବୀ ହରିଶ ସାଲଭେ ନିଜର ମହକିଲମାନଙ୍କ ପକ୍ଷ ରଖିଛନ୍ତି ।

ବିଧାନସଭା ବାହାରେ କୌଣସି ରାଜନୈତିକ ଗତିବିଧିକୁ ଦଳବଦଳ ବିରୋଧୀ ଅଧିନିୟମର ଉଲ୍ଲଙ୍ଘନ ବୋଲି କୁହାଯାଇ ପାରିବ ନାହିଁ ବୋଲି ଉଲ୍ଲେଖ କରି ଦିଆଯାଇଥିବା ନୋଟିସର ଯଥାର୍ଥତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହି ଅବସରରେ ଅଦାଲତ ମଙ୍ଗଳବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିଧାନସଭା ବାଚସ୍ପତିଙ୍କୁ ଏହି ପ୍ରସଙ୍ଗରେ ଆବେଦନକାରୀ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ନିର୍ଦେଶ ଦେଇଛନ୍ତି । ଅଦାଲତ ଏହି ପ୍ରସଙ୍ଗରେ ୨୦ ଜୁଲାଇ ଅର୍ଥାତ୍ ସୋମବାର ଶୁଣାଣି କରିବ ।

ବିଧାନସଭା ବାଚସ୍ପତିଙ୍କ ପକ୍ଷରୁ କଂଗ୍ରେସର ୧୯ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ନୋଟିସ ଜାରି କରାଯାଇଛି । ଏହି ବିଧାୟକମାନେ ହେଲେ ସଚିନ ପାଇଲଟ,ରମେଶ ମିଣା,ଇନ୍ଦ୍ରାଜ ଗୁର୍ଜର,ଗଜରାଜ ଖଟାନା,ରାକେଶ ପାରିଖ,ମୁରାରୀ ମୀଣା,ପିଆର୍ ମୀଣା, ସୁରେଶ ମୋଦୀ,ଭଓଁରଲାଲ ଶର୍ମା,ବେଦପ୍ରକାଶ ସୋଲାଙ୍କି,ମୁକେଶ ଭାକର, ରାମନିବାସ ଗାୱାଡ଼ିଆ,ହରୀଶ ମୀଣା,ବୃଜେନ୍ଦ୍ର ଓଲା,ହେମାରାମ ଚୌଧୁରୀ,ବିଶ୍ବେନ୍ଦ୍ର ସିଂହ,ଅମର ସିଂହ,ଦ୍ରୌପଦୀ ସିଂହ ଓ ଗଜେନ୍ଦ୍ର ଶକ୍ତାୱତ। ବରିଷ୍ଠ ଆଇଜୀବୀ ହରିଶ ସାଲଭେ ପାଇଲଟ ଗୋଷ୍ଠୀର ଏହି ୧୯ବିଧାୟକଙ୍କ ନିମନ୍ତେ ଅଦାଲତରେ ଲଢ଼ୁଛନ୍ତି ଓ ସଚିନ ପାଇଲଟଙ୍କ ଓକିଲ ମୁକୁଳ ରୋହତଗୀ ମଧ୍ୟ ତାଙ୍କୁ ସମର୍ଥନ କରୁଛନ୍ତି । ଅନ୍ୟପକ୍ଷରେ ରାଜସ୍ଥାନ ସରକାରଙ୍କ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ଅଭିଷେକ ମନୁ ସିଂଘଭୀ ଅଦାଲତରେ ଲଢ଼େଇ କରୁଛନ୍ତି ।

ରାଜସ୍ଥାନରେ କଂଗ୍ରେସରେ ଚାଲିଥିବା ଲଢ଼େଇ ମଧ୍ୟରେ ବିଜେପି ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହୋଇଛି । ଏଠାରେ ବିଜେପି ମଧ୍ୟ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଥିବା ଆଲୋଚନା ହୋଇଛି । ଯେତେବେଳେ ବିଜେପିର ସହଯୋଗୀ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ରାଲୋପା)ର ସାଂସଦ ହନୁମାନ ବେନିୱାଲ ବସୁନ୍ଧରା ରାଜେଙ୍କ ଉପରେ ଗେହଲଟଙ୍କୁ ସମର୍ଥନ କରିବା ଅଭିଯୋଗ କରିବା ପରେ ଏହି ଚର୍ଚାକୁ ଇନ୍ଧନ ଯୋଗାଇଛି । ହନୁମାନ ନିଜ ଟ୍ବିଟରେ ବସୁନ୍ଧରା ରାଜେ ସିକର ଓ ନାଗର ଜିଲାର ଜାଠ୍ ବିଧାୟକମାନଙ୍କୁ ପାଇଲଟଙ୍କଠାରୁ ଦୂରତ୍ବ ରଖିବାକୁ ପରାମର୍ଶ ଦେଇଥିବା ଉଲ୍ଲେଖ କରିଥିଲେ ଓ ଏହାର ପ୍ରମାଣ ଥିବା କହିଥିଲେ । ଗୁରୁବାର ବିଳମ୍ବିତ ରାତିରେ ବିଧାୟକଙ୍କ କିଣାବିକା ସହ ଜଡ଼ିତ ୩ ଅଡ଼ିଓ ଭାଇରାଲ ହୋଇଛି । ଏହି ଅଡ଼ିଓରେ ଜଣେ ବ୍ୟକ୍ତି ନିଜକୁ ସଞ୍ଜୟ ଜୈନ ଓ ଅନ୍ୟ ଜରକ ଗଜେନ୍ଦ୍ର ସିଂହ ବୋଲି କହୁଥିବା ଶୁଣାଯାଇଛି । ଦୁଇ ଅଡ଼ିଓରେ ବ୍ୟବହାର ଭାଷା ରାଜସ୍ଥାନୀ ଭାଷା ବ୍ୟବହାର ହୋଇଥିବାବେଳେ ତୃତୀୟ ଅଡ଼ିଓରେ ଉଭୟ ଇଂରାଜୀ ଓ ହିନ୍ଦିରେ କଥାବାର୍ତା ଚାଲିଥିବା ଶୁଣାଯାଇଛି । ମାତ୍ର ଏହି ଅଡ଼ିଓ କେଉଁ ସମୟର ତାହା ଏଯାଏ ସ୍ପଷ୍ଟ ହୋଇନାହିଁ ।

କଂଗ୍ରେସ ଦଳ ପକ୍ଷରୁ ଅଦାଲତରେ ଦିଆଯାଇଥିବା ପିଟିସନକୁ ନେଇ ମୁଖ୍ୟ ସଚେତକ ମହେଶ ଯୋଶୀଙ୍କ ମନ୍ତବ୍ୟ କଂଗ୍ରେସକୁ ଅଡ଼ୁଆରେ ପକାଇଛି । ସେ କହିଛନ୍ତି ପିଟିସନ ମୋ ନାଁରେ ପଡ଼ିଛି, ମାତ୍ର ଦଳ ଏ ସମ୍ପର୍କରେ ମୋତେ ଜଣାଇ ନାହିଁ । ଯୋଶୀଙ୍କ ଏହି ମନ୍ତବ୍ୟ ପରେ ତାଙ୍କ ପାଖରେ ଠୋସ କୌଣସି ପ୍ରମାଣ ନ ଥିବା ସ୍ପଷ୍ଟ ହୋଇଛି । ଅନ୍ୟପକ୍ଷରେ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଓ ମୁକୁଳ ରୋହତଗୀଙ୍କ ପରି ବଡ଼ ଓକିଲ କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କ ନିମନ୍ତେ ଅଦାଲତ ଲଢ଼ୁଛନ୍ତି । ଏହା କଂଗ୍ରେସ ପାଇଁ ଆହୁରି ଅଡ଼ୁଆ ସୃଷ୍ଟି କରିଛି ।

Leave A Reply

Your email address will not be published.

8 − eight =

error: Content is protected !!
Open chat