ରାଜସ୍ଥାନ କଂଗ୍ରେସ ବିବାଦର ଅନ୍ତ : ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ମାନିଲେ ପାଇଲଟ

0 384
greentech

ଗାନ୍ଧୀ ପରିବାର ପ୍ରତି ଆନୁଗତ୍ୟ ପ୍ରମାଣ କଲେ ସଚ୍ଚିନ ପାଇଲଟ, ମାସେ ପରେ ଦଳକୁ ଫେରିଲେ – ମିଳିପାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ବିବାଦ ଭୁଲିଲେ ପାଇଲଟ, କହିଲେ- ‘ରାଜନୀତିରେ ବ୍ୟକ୍ତିଗତ ଶତ୍ରୁତା ଓ ମତପାର୍ଥକ୍ୟର ସ୍ଥାନ ନାହିଁ ’ 

ଜୟପୁର/ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୦୮ : ରାଜସ୍ଥାନରେ ଦୀର୍ଘ ଦିନ ଚାଲିଥିବା ବିବାଦ ଏବେ ଅନ୍ତ ହୋଇଛି । ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ରାଜ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧର ଶେଷ ହୋଇଛି । କଂଗ୍ରେସକୁ ସଚ୍ଚିନ ପାଇଲଟ ଫେରିବାର ରାସ୍ତା ସଫା ହୋଇଛି । ସେହିପରି ପାଇଲଟଙ୍କ ସହିତ ଥିବା ୧୮ ବିଧାୟକଙ୍କ ମଧ୍ୟରୁ ୩ଜଣ ନିର୍ଦଳୀୟ ବିଧାୟକ ମାନେ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ ସାକ୍ଷାତ କରିଛନ୍ତି । ସାକ୍ଷାତ ପରେ ପାଇଲଟ୍‌ କହିଛନ୍ତି ଯେ, ରାଜନୀତିରେ ଘୃଣା କିମ୍ବା ବ୍ୟକ୍ତିଗତ ଶତ୍ରୁତା ପାଇଁ କୌଣସି ସ୍ଥାନ ନାହିଁ । ବରଂ ରାଜନୀତିରେ ଅନୁଶାସନ ହେବା ଉଚିତ୍ ।

ପାଇଲଟ କହିଛନ୍ତି ଯେ, ମୁଁ ଓ ମୋର କିଛି ବିଧାୟକମାନଙ୍କ ଦ୍ୱାରା ଉଠାଇଯାଇଥିବା ପ୍ରସଙ୍ଗ ବା ମୁଦ୍ଦାର ସମାଧାନ ପାଇଁ ହାଇକମାଣ୍ଡଙ୍କ ପକ୍ଷରୁ ତିନି ଜଣିଆ ସଦସ୍ୟ ସମିତି ଗଠନ କରାଯାଇଛି । ଏସବୁ ପ୍ରସଙ୍ଗ ମଧ୍ୟରେ ଅନେକ ମହତ୍ୱପୂର୍ଣ୍ଣ କଥା ରହିଛି । ତେଣୁ ରାଜନୀତିରେ ଘୃଣା କିମ୍ବା ବ୍ୟକ୍ତିଗତ ଶତ୍ରୁତା ପାଇଁ କୌଣସି ସ୍ଥାନ ନାହିଁ । ବରଂ ରାଜନୀତିରେ ଅନୁଶାସନ ହେବା ଉଚିତ୍ । ସେ ଆଗକୁ ମଧ୍ୟ କହିଛନ୍ତି ଯେ, ପ୍ରିୟଙ୍କା ଓ ରାହୁଲ ଗାନ୍ଧୀଙ୍କ ଆମର ଅଭିଯୋଗକୁ ଧର୍ଯ୍ୟତା ପୂର୍ବକ ଶୁଣିଥିଲେ , ଏବଂ ଏହାର ସମାଧାନ ପାଇଁ ଆଶ୍ୱାସନା ଦେଇଛନ୍ତି । ଯେଉଁଥିପାଇଁ ଏକ ରୋଡମ୍ୟାପ୍‌ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ କିଛି ମାସ ହେଲା ରାଜସ୍ଥାନରେ ସରକାରରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମଧ୍ୟରେ ବିବାଦ ଲାଗିରହିଥିଲା । ଯାହା ପରେ ଦଳ ସଚ୍ଚିନଙ୍କୁ ବିଭିନ୍ନ ପଦବୀରୁ ହଟାଇଥିଲା । ସେବାଠାରୁ ବିବାଦ ଲାଗିରହିଥିଲା । ତେବେ ସୋମବାର ଦିନ କଂଗ୍ରେସ ନେତା ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ସଚ୍ଚିନ ପାଇଲଟଙ୍କ ସାକ୍ଷାତ କରିଥିଲେ । ଚାଲିଥିବା ସମସ୍ତ ବିବାଦ ଓ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲା । ତେବେ ସଚ୍ଚିନ ପାଇଲଟ କଂଗ୍ରେସ ହାଇକମାଣ୍ଡ ସହିତ ସାକ୍ଷାତ ପରେ କହିଥିଲେ କି, ମୋର ପଦକୁ ନେଇ କୌଣସି ଲୋଭ ନାହିଁ । ଆଶା କରୁଛି ଏହି ମାମଲା ଖୁବଶୀଘ୍ର ସାମାଧାନ ହେବା ଆବଶ୍ୟକ।

Leave A Reply

Your email address will not be published.

5 × one =

error: Content is protected !!
Open chat