ରାଜସ୍ଥାନ ରାଜନୀତିରେ ନୂଆ ମୋଡ଼ : ଗେହଲଟଙ୍କ ଶକ୍ତି ପ୍ରଦର୍ଶନ, ଶତାଧିକ କଂଗ୍ରେସ ବିଧାୟକ ଉପସ୍ଥିତ !

0 424
greentech

ଜୟପୁର / ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୭ : ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିଦ୍ରୋହ ପରେ ଅଶୋକ ଗେହଲଟଙ୍କ ସରକାର ରହିବ କି ଯିବ ସେ ନେଇ ଆଶଙ୍କା ପ୍ରକାଶ ପାଇଥିବା ବେଳେ ଶକ୍ତି ପ୍ରଦର୍ଶନ କରି ତାଙ୍କ ସପକ୍ଷରେ  ବହୁମତ ଥିବା ପ୍ରମାଣ କରିଛନ୍ତି ଅଶୋକ ଗେହଲଟ । ଅଶୋକ ଗେହଲଟଙ୍କ ବାସଭବନରେ କଂଗ୍ରେସ ବିଧାୟକମାନେ ଏକାଠି ହୋଇଥିଲେ । ଦିନ ସାଢେ ୧୦ଟାରେ ବିଧାୟକ ଦଳ ବୈଠକ ଆରମ୍ଭ ହେବାର ଥିଲା କିନ୍ତୁ ଏଥିରେ ବିଳମ୍ବ ହୋଇଥିଲେ ମଧ୍ୟ ଶତାଧିକ କଂଗ୍ରେସ ବିଧାୟକଙ୍କୁ ଏକତ୍ରିତ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ରାଜସ୍ଥାନରେ ରାଜନୈତିକ ସଂକଟ ଭିତରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି  । ବିଧାୟକ ଦଳ ବୈଠକରେ ଶତାଧିକ କଂଗ୍ରେସ ବିଧାୟକ ସାମିଲ ହୋଇ ବିଜୟ ସୂଚକ ସଙ୍କେତ ପ୍ରଦର୍ଶନ କରିଛନ୍ତି ।

ଜୟପୁରରେ ଦଳର ବରିଷ୍ଠ ନେତା ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, ଗତ ୪୮ରୁ ୭୨ ଘଣ୍ଟା ମଧ୍ୟରେ ସଚିନଙ୍କୁ ଯୋଗାଯୋଗ କରାଯାଇଛି । ବୈଚାରିକ ମତଭେଦ ଥିଲେ ବି ସରକାରକୁ ଦୁର୍ବଳ କରାଯିବା ଠିକ ନୁହେଁ । ସୋନିଆ ଓ ରାହୁଲ ଗାନ୍ଧିଙ୍କ ପାଇଁ ସମସ୍ତଙ୍କ ଦ୍ୱାର ଖୋଲା ରହିଛି । ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ବାସଭବନରେ ୯୭ ଜଣ କଂଗ୍ରେସ ବିଧାୟକ ଉପସ୍ଥିତ ହୋଇଥିଲେ । ବିଧାୟକ ଦଳ ବୈଠକରେ ଉପସ୍ଥିତ ରହିବାକୁ ଦଳ ପକ୍ଷରୁ ସମସ୍ତଙ୍କୁ ହ୍ୱିପ ଜାରି କରାଯାଇଥିଲା । ଶେଷ ମୁହୂର୍ତିରେ କଂଗ୍ରେସ ହାଇକମାଣ୍ଡ ବୁଝାମଣା କରିବାକୁ ଉଦ୍ୟମ କରିଥିଲେ ।

Leave A Reply

Your email address will not be published.

nine − three =

error: Content is protected !!
Open chat