କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୫/୦୭:ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୧୩ ଶହ ୨୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୮୮୭ ଓ ଲୋକ୍ାଲ କଂଟାକ୍ଟ ୪୩୩ ଜଣ ଅଛନ୍ତି । ଗଂଜାମରୁ ସର୍ବାଧିକ ୫୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୭୪, କଟକରୁ ୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କନ୍ଧମାଳରୁ ୩୯, କେନ୍ଦୁଝରରୁ ୨୪, କୋରାପୁଟ ୩୦ ,ଭଦ୍ରକରୁ ୨୮,ବାଲେଶ୍ୱରରୁ ୨୩ ଜଣ, ଅନୁଗୁଳରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ବଲାଙ୍ଗୀରରୁ ୯ଜଣ, ବରଗଡରୁ ୧୪ ଜଣ, ଗଜପତିରୁ ୯୦, , ଯାଜପୁରରୁ ୨୩ ଜଣ, କେନ୍ଦ୍ରାପଡାରୁ ୧ଜଣ, ଜଗତସିଂହପୁରରୁ ୩ ଜଣ,ସୁନ୍ଦରଗଡରୁ ୪୭ ଜଣ ଏବଂ କଳାହାଣ୍ଡିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୦୧୩ ପହଚିଂଛି ।